ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମରେ ଧାନମଣ୍ତି ଉଦଘାଟନ କରା ଯାଇଛି । ଏହି ମଣ୍ତିକୁ ଭେଙ୍ଗରାଜପୁର ଗ୍ରାମର ଅଗ୍ରଣୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେବା ପାଇଁ ପ୍ରଶାସନ ସ୍ବୀକୃତି ପ୍ରଦାନ କରଛନ୍ତି । ମୁଖ୍ଯଅତିଥି ଭାବେ ପାଇକମାଲ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ଉଦଘାଟନ କରିଛନ୍ତି । ଏହି ମଣ୍ତିକୁ ପରିଚାଳନା କରିବା ପାଇଁ ଅଗ୍ରଣୀ ସ୍ବୟଂ ସହାୟକ ଗୋଷ୍ଠୀ ସେକ୍ରେଟେରି ମମତା ସାହୁ,ସଭାନେତ୍ରୀ ପୂଜା ତାଣ୍ତି ତଥା ମେମ୍ବର କୌଶଲ୍ୟା ତାଣ୍ତି,କର୍ଫୁଲ କୁମାର,ସୁବିଦା ସୁନାଙ୍କୁ ଦାୟିତ୍ବ ଦିଆ ଯାଇଛି । ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପାଇକମାଲ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ତା,ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ,ପୂର୍ବତନ ସରପଞ୍ଚ ଭୀଷ୍ମଦେବ ସାହୁ,ଧବଳେଶ୍ଵର ସାହୁଙ୍କ ସମେତ ଗ୍ରାମ୍ଯ କମିଟୀ ସଭାପତି ହୁତାଶନ ପାଣ୍ତେ ଉପସ୍ଥିତ ଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

