ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ନିବାସୀ ବିଜୟାନନ୍ଦ ପଟ୍ଟନାୟକ (ଲିଟୁ) ଙ୍କ ନିଜସ୍ବ ଉଦ୍ୟମରେ ତାଙ୍କ ବାସଭବନ ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇ ଯାଇଛି । ନାମଯଜ୍ଞରେ କର୍ତ୍ତା ଭାବରେ ବିଜୟାନନ୍ଦ ପଟ୍ଟନାୟକ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟସ୍ମିତା ମହାନ୍ତି ବସିଥିବା ବେଳେ ପଣ୍ଡିତ ତରଣୀସେନ ଦାସ,ପୂର୍ଣ୍ଣ ଦାସ ପୂଜାକାର୍ୟ୍ଯ ସମାପନ କରିଥିଲେ । ଅଷ୍ଟ ପ୍ରହରୀ ନାମଯଜ୍ଞ ଦୁଇଦିନ ବ୍ଯାପୀ ପ୍ରବଳ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ପ୍ରଥମ ଦିବସରେ କଳସ ସ୍ଥାପନ ଓ ନାମ ଆରମ୍ଭ କରା ଯାଇଥିଲା । ପୂର୍ଣ୍ଣାହୁତି ଦିବସରେ ନାମଯଜ୍ଞ ଉଦଯାପିତ ହୋଇ ଭକ୍ତ ମାନଙ୍କୁ ଅନ୍ନଛତ୍ର ଓ ଜଳଛତ୍ର ବ୍ଯବସ୍ଥା କରା ଯାଇଥିଲା । ଏହି ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନରେ ପୁରେନା, ଜାମେସେଠ,ଛିନ୍ଦେଇକେଲା,ଡୁଡୁକିଝରିଆ,ବରତୁଣ୍ତା ଆଦି ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦାନ କରି ଅଷ୍ଟ ପ୍ରହରୀ ନାମଯଜ୍ଞ ସମାପନ କରିଥିଲେ । ନାମଯଜ୍ଞ ଉଦଯାପିତ ହେବାପରେ ଏକ ବୈଠକି ସହିତ କଳସ ବିସର୍ଜନ କରା ଯାଇଥିଲା । ବରତୁଣ୍ତା ପଟ୍ଟନାୟକ ପରିବାର ଓ ଗ୍ରାମବାସୀଙ୍କ ଦ୍ବାରା ପରିଚାଳନା କରିଥିଲେ । ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା ।

