Type Here to Get Search Results !

ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଲା ଉଦଯାପିତ

 


ପଦ୍ମପୁର :-

ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ଯା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଲା ମହା ସମାରୋହରେ ଉଦଯାପିତ ପାଳିତ ହୋଇ ଯାଇଛି । ଏହି ମେଲା ମଇ ୧୨ ରୁ ଆରମ୍ଭ ହୋଇ ଆଜି ୧୬ ତାରିଖ ଦିନ ଉଦଯାପିତ ହୋଇ ଯାଇଛି । ବିଶ୍ବଶାନ୍ତ ମହାଯଜ୍ଞରେ କର୍ତ୍ତା ଭାବରେ ଖଣ୍ଡିଝରଣ ଗ୍ରାମର ଗୌନ୍ତିଆ ଚୁଡାମଣି ଭୁଏ ଓ ଧର୍ମପତ୍ନୀ ସନ୍ତୋଷିନୀ ଭୂଏ ଦାୟିତ୍ବ ତୁଲାଇ ଥିବାବେଳେ ମୁଖ୍ଯ ପଣ୍ଡିତ ଭାବେ ଡିଗ୍ରୀଧର ଦେବତାଙ୍କ ସମେତ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାକାର୍ୟ୍ଯରେ ନିଯୋଜିତ ହୋଇ ବେଦମନ୍ତ୍ରରେ କମ୍ପୁଥିଲା ବିଶ୍ବଶାନ୍ତ ମହାଯଜ୍ଞ । ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ପ୍ରଥମ ଦିନରେ ନୃସିଂହନାଥ ପାପନାଶିନୀ ଝରଣାରୁ ୧୦୮ କଳସରେ ପବିତ୍ର ଜଳ ଆଣି ମଣ୍ତପରେ ସ୍ଥାପନ,ବିଶ୍ବଶାନ୍ତ ମହାଯଜ୍ଞ ଆରମ୍ଭ,ଦେବଦେବୀ ଆମନ୍ତ୍ରଣ ଓ ନୃସିଂହ ମହାପ୍ରଭୁ ମାର୍ଜାର କେଶରୀଙ୍କ ଜନ୍ମୋତ୍ସବ,ମୁଖ୍ଯ ମନ୍ଦିର ଧ୍ବଜା ବନ୍ଦନ,କନ୍ଦ ସମାଜ ଦ୍ବାରା ପିତା କନ୍ଦା ଭୋଗ ଅର୍ପଣ,ବିଶ୍ବଶାନ୍ତ ମହାଯଜ୍ଞ ଚାରି ଦିନରେ ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ସହିତ ବିଶ୍ବଶାନ୍ତ ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଥିଲା । ନୃସିଂହ ମହାପ୍ରଭୁଙ୍କ ଲୋକ ମାନଙ୍କର ଆଶକ୍ତି ପାଇଁ ଦୂର ଦୂରାନ୍ତ ରୁ ଭକ୍ତ ମାନେ ଆସି ମହାପ୍ରଭୁଙ୍କ ଜନ୍ମୋତ୍ସବ କୁ ଦର୍ଶନ କରିଥାନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବୈଶାଖ ମେଲା ଆୟୋଜନ ହୋଇ ପାରୁ ନଥିଲା । ଭକ୍ତ ମାନଙ୍କ ଆଶା ମଉଳି ଯାଇଥିଲା । ଚଳିତ ବର୍ଷ ବୈଶାଖ ମେଲା ଆୟୋଜନ ହେବା ଦ୍ବାରା ଭକ୍ତ ମାନଙ୍କର ପ୍ରବଳ ମାତ୍ରାରେ ସମାଗମରେ ନୃସିଂହନାଥ ପୀଠ ଉତ୍ସବ ମୁଖରିତ ହୋଇଛି । ପାଇକମାଲ ବ୍ଲକ ସରପଞ୍ଚ ସଂଘ ତରଫରୁ ଜଳଛତ୍ର,କୁଲତା ଯୁବ ସଂଗଠନ ଦ୍ବାରା ଅନ୍ନଛତ୍ର ଓ ଜଳଛତ୍ର,ଭାଗବତ ତତ୍ତ୍ବ ଆଶ୍ରମ ତରଫରୁ ଅନ୍ନଛତ୍ର,ପାଇକମାଲ ଡ୍ରାଇଭର ସଂଘ ଅନ୍ନଛତ୍ର ବ୍ଯବସ୍ଥା କରାଯାଇ ଭକ୍ତ ମାନଙ୍କୁ ସୁ ବ୍ଯବସ୍ଥା କରା ଯାଇଥିଲା । ବୈଶାଖ ମେଲାରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇ ଥିବାରୁ ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.