Type Here to Get Search Results !

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ତଦାରଖ ଟିମ୍ କାର୍ଯ୍ୟ ତଦାରଖ

 

ଝାରସୁଗୁଡ଼ା : - 

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ସକାଶେ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ବ ସେବା ଅଧିକାରୀ ନେଲାପାତଲା ଅଶୋକ ବାବୁ ନିର୍ବାଚନ ପରିଚାଳନା ପାଇଁ ଗଠିତ ବିଭିନ୍ନ ଟିମ୍ ର କାର୍ଯ୍ୟ ତଦାରଖ କରିଛନ୍ତି । ପର୍ଯ୍ୟବେକ୍ଷକ ଜିଲ୍ଲା କାର୍ଯ୍ୟାଳୟରେ ସି - ଭିଜିଲ ସେଲ , ସିଙ୍ଗଲ ଉଇଣ୍ଡୋ ସିଷ୍ଟମ , ଅଭିଯୋଗ ପ୍ରକୋଷ୍ଠ , ଆଦର୍ଶ ଆଚରଣ ବିଧି ତଦାରଖ ପାଇଁ ଉଦ୍ଦିଷ୍ଟ ସେଲ , ଏମ୍ ଏମ୍ ସି ସେଲ ଓ ଭିଡିଓ ଭିଉଇଙ୍ଗ ସେଲ ଆଦି ସେଲ ପରିଦର୍ଶନ କରିବା ସହ ନିୟୋଜିତ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୁଚାରୁ ରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦେଇଛନ୍ତି । ପର୍ଯ୍ୟବେକ୍ଷକଙ୍କ ସହିତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସାମଲ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଭିନ୍ନ ନିୟମାବଳୀର ଅନୁପାଳନ ଓ ବିଭିନ୍ନ ଟିମ୍ ର କାର୍ଯ୍ୟକାରିତା ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ଅଶୋକ ବାବୁ ବ୍ରଜରାଜନଗର ସ୍ଥିତ ଏମ୍ ସି ଏଲ୍ ବିଶ୍ରାମ ଗୃହରେ ଅବସ୍ଥାନ କରୁଛନ୍ତି । ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବର ୮୨୮୦୫୧୧୩୪୨ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ କିମ୍ବା ସେ ହେଡକ୍ବାଟର୍ସରେ ଅବସ୍ଥାନ କରୁଥିବା ଦିନ ଏମ୍ ସି ଏଲ୍ ବିଶ୍ରାମ ଗୃହରେ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ସାକ୍ଷାତ କରି ଅଭିଯୋଗ ଦାଖଲ କରାଯାଇପାରିବ ।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.