Type Here to Get Search Results !

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀ ବୈଠକ

 


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା  ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତିତ୍ୱ    ପ୍ରଭାକର ମିଶ୍ର କରିଥିଲେ ଏବଂ ମନୋରଂଜନ ମିଶ୍ର ସାଧାରଣ ସଂପାଦକ ସଭାର ଏଜେଣ୍ଡା ଏବଂ ପୂର୍ବ ସଭାର ବିବରଣୀ ପଠନ କରିଥିଲେ, ଯାହାକୁ ସମସ୍ତ ସଭ୍ୟ ଅନୁମୋଦନ କରିଥିଲେ । ସଭାର ପ୍ରାରମ୍ଭରେ ମଂଚର ପ୍ରତିଷ୍ଠାତା ସଭ୍ୟ ଅମରେନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକ ସଭା ହେଲା । ତତ୍ ପରେ ଆସନ୍ତା ତା.୨୬.୦୬.୨୦୨୨ ର ସାଧାରଣ ସଭା ନିମନ୍ତେ ଆୟୋଜନ ର ପାଣ୍ଠି ଏବଂ ତତ୍ ସଂକ୍ରାନ୍ତିୟ ଆଲୋଚନା ହେଲା । ସମସ୍ତ ସଭ୍ୟ ଉକ୍ତ ସାଧାରଣ ସଭା ପାଇଁ ଟ.୫୦/- ଲେଖାଏଁ ଚାନ୍ଦା ଦେବେ ବୋଲି ସିଦ୍ଧାନ୍ତ ହେଲା । ବଲାଙ୍ଗିର ର ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ବାହିଯନ୍ତ୍ରୀ ପି.ଏଚ୍‌.ଡି, ଏସ୍‌.ଇ. ଇଲେକ୍‌ଟ୍ରିକାଲ ଓ ପୌର ପାଳିକାର ଚେୟାରମେନ ଙ୍କୁ ଭେଟିବା ପାଇଁ ସ୍ଥିର ହେଲା । ସାଧାରଣ ସଭାରେ ବଲାଙ୍ଗିର ର ବିଭିନ୍ନ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିବାକୁ ସ୍ଥିର ହେଲା । ସମୟ ସମୟରେ ସାଧାରଣ ସଭାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ମଧ୍ୟ ଆମନ୍ତ୍ରଣ କରି ସମାଜରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଉପସ୍ଥାପନ କରିବାକୁ ସିଦ୍ଧାନ୍ତ ହେଲା । ମଂଚର ସଭ୍ୟ ଥିବା ବରିଷ୍ଠ ନାଗରିକମାନେ ଯଦି ରୋଗାକ୍ରାନ୍ତ ଥିବେ ବା ଦୁର୍ଘଟଣାର ସମ୍ମୁଖିନ ଥିବେ ତାଙ୍କ ପାଖକୁ ବରିଷ୍ଠ ନାଗରିକ ମଂଚର ଅଧିକାରୀ ଓ ସଭ୍ୟମାନେ ସହାନୁଭୁତି ସହକାରେ କିଛି ସମୟ ଦେ ଉପସ୍ଥିତ ହେବା ପାଇଁ ସର୍ବ ସମ୍ମତିକ୍ରମେ ସ୍ଥିର ହେଲା । ପରିଶେଷରେ ଅତିରିକ୍ତ ସାଧାରଣ ସଂପାଦକ ସୁନିଲ କୁମାର ବିଶ୍ୱାଲ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ସଭାପତି ଶ୍ରୀ ମିଶ୍ର ସଭାସାଙ୍ଗ କଲେ । ଆଲୋଚନାରେ ନରେନ୍ଦ୍ର କବାଟ କୋଷାଧ୍ୟକ୍ଷ, ଉପସଭାପତି ପ୍ରଫୁଲ୍ଲ ସାହୁ ଓ  ବିରଂଚି ହୋତା, ସୁଧାଂଶୁ ଦର୍ଜୀ ମୁଖ୍ୟ ଉପଦେଷ୍ଟା, ପଦ୍ମ ଚରଣ ଆଚାର୍ଯ୍ୟ ଉପଦେଷ୍ଟା, ବିନୟ କୁମାର ମିଶ୍ର ସଂଗଠନ ସଂପାଦକ, ଅଶୋକ କୁମାର ମିଶ୍ର, ଇଂ ହରେକୃଷ୍ଣ ମେହେର, ନବୀନ କୁମାର ନନ୍ଦ, ଧନଞ୍ଜୟ ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ଚିତ୍ତ ରଂଜନ ପଟେଲ, ଚୁଡେନ୍ଦ୍ର କୁମାର ବେହେରା, ପିତବାସ ପଣ୍ଡା, ଗଜେନ୍ଦ୍ର ତ୍ରଭୁବନ ଦାଶ, ପୂର୍ଣ୍ଣଚନ୍ଦ୍ର ମେହେର ଓ ନିଳାଞ୍ଚଳ ଚିରଗୁନ ପ୍ରମୁଖ ସକ୍ରିୟ ଭାବେ ଭାଗ ନେଇଥିଲେ । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.