ବଲାଙ୍ଗୀର :-
ଲାଞ୍ଚ ଅଭିଯୋଗରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ଫରେଷ୍ଟର ଭଗବତିଆ ଦାଶ ହୋଇଥିବାବେଳେ ଫରେଷ୍ଟ ଗାର୍ଡ ଗୋପଳ ଗଡ଼ତିଆ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଉଭୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗିର DFO ନିଲମ୍ବନ କରିଛନ୍ତି । ଲାଞ୍ଚ ନେବାର ଅଡିଓ ବାର୍ତ୍ତାଳପ ଏକ ଗଣମାଧ୍ୟମ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ।

