Type Here to Get Search Results !

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ


ପଦ୍ମପୁର,ତା ୨୧ ୵ ୫

ପାଇକମାଲ ବ୍ଲକ ମଣ୍ତିଆଢିପା ଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ବାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇ ଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞ ୩ଦିନ ବ୍ଯାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞ ମଣ୍ଡପ କମ୍ପୁଥିଲା । ନାମଯଜ୍ଞରେ କର୍ତ୍ତାଭାବରେ ଡୋଲାମଣି ସାହୁ ଓ ଧର୍ମପତ୍ନୀ ସ୍ବପ୍ନା ସାହୁ ଓ ପଣ୍ଡିତ ଭାବରେ ମିତ୍ରଭାନୁ ଦେବତା ପୂଜାକାର୍ୟ୍ଯ ସମାପନ କରିଥିଲେ । ନାମଯଜ୍ଞରେ ସାତଟି ସଂକୀର୍ତ୍ତନ ଦଳ ଅନୁଗୁଳ,କାଶୀପାଣି, ଲୁରୁମ, ଯୋଗେନ୍ଦ୍ରନାଥ ପୁର, ହଲନଦାଦର, ମାଣ୍ଡିଆଢିପା ଉପରପଡା ଓ ପିପଲପଡା ଅଂଶଗ୍ରହଣ କରିଥିଲେ । ଉଦଯାପିତ ଦିବସରେ ଯଜ୍ଞ ମଣ୍ଡପ ଠାରେ ଆଇନଜୀବୀ ରାଜକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ ଦଳ ଗୁଡିକ ଏହି ବୈଠକରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ । ନାମଯଜ୍ଞ କମିଟି ଓ ଗ୍ରାମବାସୀ ବନମାଳି ସେଠ,ପ୍ରତାପ ସାହୁ,ଭୋଜରାଜ ନାଗ,ଶାନ୍ତିଲାଲ ସାହୁ,କୁବେର ସାହୁ,ମୋତିଲାଲ ସାହୁ,ମାଲେଶ୍ବର ବରିହା,ଜୀତେନ୍ଦ୍ର ସାହୁ,ଗୁରୁବାରୁ ଲଇ ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ । ତିନିଦିନ ଧରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ର ଓ ଜଳଛତ୍ର ର ବ୍ଯବସ୍ଥା କରା ଯାଇଥିଲା । ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ପ୍ରବଳ ସମାଗମ ହୋଇଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.