ବରଗଡ :-
ବରଗଡ଼ ଜିଲ୍ଲା ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ ସିଂ ଙ୍କୁ ଜମଲା ଡାକ୍ତରଖାନା ପରିସରରେ ଥିବା ସଭାଗୃହ ଠାରେ ସମସ୍ତ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ତରଫରୁ ଡାକ୍ତର ସିଂ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ର ଉଚ୍ଚତର ଶିକ୍ଷା ହାସଲ ନିମନ୍ତେ ଭିମସାର ବୁର୍ଲା କୁ ସ୍ନାତକୋତ୍ତର ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏ ଅବସରରେ ଆୟୋଜିତ ସଭାରେ ଡାକ୍ତର ଲୋକପାଳ ଭୋଇ ଅଧ୍ୟକ୍ଷତାରେ କରିଥିବାବେଳେ,ପିଏଚଇଓ ଶିବପ୍ରସାଦ ବେହେରା ସ୍ୱାଗତ ଭାଷଣ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ମେଲଛାମୁଣ୍ଡା ଡାକ୍ତର ଦେବାଶିଷ ରଥ,ଡାକ୍ତର ସିଂ ଙ୍କୁ ଏକ ସରଳ ନିରାଡମ୍ବର ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଥିଲେ ।ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା,ରୋଗୀ ଙ୍କୁ ଆଶୁ ଚିକିତ୍ସା ପ୍ରଦାନ,କ୍ଷେତ୍ର ପରିଦର୍ଶନ,ଜନସଚେତନତା କାର୍ଯ୍ୟକ୍ରମ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡାକ୍ତର ସିଂ ଙ୍କ ରାଜବୋଡାସମ୍ବର(ପଦ୍ମପୁର) ପ୍ରତି ଅବଦାନ ଅବିସ୍ମରଣୀୟ ବୋଲି ସ୍ୱାସ୍ଥ୍ୟକର୍ମୀ ସଞ୍ଜୟ ବଢେଇ ମତବ୍ୟକ୍ତ କରିଥିଲେ ।ପ୍ରକାଶ ଥାଉକି ଦିର୍ଘଦିନ ର କୋଭିଡ ପରିଚାଳନା,କୋଭିଡ କେୟାର ସେଣ୍ଟର ଶୃଙ୍ଖଳିତ ଭାବେ ବ୍ୟବସ୍ଥିତ କରିବା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ସୁପରିଚାଳନା କରିବା ହେତୁ ବ୍ଳକ ସ୍ତରୀୟ ଗୋପବନ୍ଧୁ ଜନକଲ୍ୟାଣ ସମିତି ବରିକେଲ ତରଫରୁ ସ୍ୱାଧିନତା ଦିବସ ଅବସରରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଠାରୁ ସମ୍ବର୍ଦ୍ଧିତ ସହ ସମ୍ମାନୀତ ହୋଇଥିଲେ ।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜମଲା ରେ କାର୍ଯ୍ୟରତ ସମୟରେ ରୋଗୀ,କର୍ମଚାରୀ ତଥା କ୍ଷେତ୍ରକର୍ମଚାରୀ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଡାକ୍ତର ସିଂ ଏକ ଉଦାହରଣ ସୃଷ୍ଟି କରିଥିଲେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।ମାଆ ଶିଶୁ ର ଜୀବନ ରକ୍ଷା ନିମିତ୍ତ ଏକ ଗୁରୁତ୍ୱ ବିଭାଗରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟବିବେଚିତ ହୋଇଥିବାରୁ ତାଙ୍କ ଭବିଶ୍ୟତ ଜୀବନ ଉଜ୍ଜଳମୟ,ସୁଖମୟ ହେବାପାଇଁ ଭଗବାନ ଙ୍କ ଆଶିର୍ବାଦ କାମନା କରାଯାଇଥିଲା ।ଡାକ୍ତର ଦେବାଶିଷ ଓ ଡାକ୍ତର ଲୋକପାଳ କର୍ମଚାରୀ ମାନଙ୍କ ପ୍ରଦତ୍ତ ଉପଢୈାକନ ଦେଇ ଡାକ୍ତର ସିଂ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମ କୁ ମହେଶ୍ୱର ପଟ୍ଟନାୟକ,ତୁଳସୀ ମହଲା,ସୁଧିର ମେହେର,ସୁପରଭାଇଜର ମନୋରଞ୍ଜନ ସାହୁ ଖୁବ ସୁନ୍ଦର ଭାବେ ପରିଚାଳନା କରିଥିବାବେଳେ,ଶେଷରେ ବିପିଏମ ବିଜୟ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

