ଝାରସୁଗୁଡ଼ା / ବ୍ରଜରାଜନଗର :-
ଗତକାଲି ଝାରସୁଗୁଡ଼ା ଜିଲ୍ଲା ରେ କାଳବୈଶାଖୀ ନିଜ ତାଣ୍ଡବ ଲୀଳା ଦେଖାଇଛି। ଏହା ସହ ଏହା ପ୍ରଭାବରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଘଟଣାରୁ ପ୍ରକାଶ, ବ୍ରଜରାଜନଗର ଥାନା ଅନ୍ତର୍ଗତ ବାରଖଣ୍ଡିଆ ଗ୍ରାମର ଆଲମ୍ ଅନସାରୀ, ବୟସ ୧୯ ବର୍ଷ, ଯିଏ ନିଜ ବାପା ଅଖତାର ଅନସାରୀ ଓ ବଡବାପା ଙ୍କ ସହ ଡ୍ୟୁଟି ରୁ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କାଳବୈଶାଖୀ ପ୍ରଭାବରେ ଏକ କଦେଲମୁଣ୍ଡା ଠାରେ ଏକ ଟାୱାର ପଡ଼ୁଥିବା ଦେଖି ବାଇକ୍ ରୁ ଡେଇଁ ପଡ଼ିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ଟାୱାର ଟି ଠିକ୍ ଆଲମ ଙ୍କ ଉପରେ ପଡ଼ି ଯାଇଥିଲା। ଟାୱାର ଟି ତାଙ୍କ ପିଠି ଓ ମୁଣ୍ଡରେ ପଡ଼ିଥିଲା। ଘଟଣା ସ୍ଥଳରେ ହିଁ ଆଲାମ୍ ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗାନ୍ଧୀଛକ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

