ଡାବୁଗାଁ :-
ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ- ବୋରିଗଁ। ରାସ୍ତା ମୋତିଗାଁ ଗ୍ରାମ୍ ଠାରୁ କିଛି ଦୁର ଘୋଡା ମାରି ମନ୍ଦିର ପାଖ ବୁଲାଣି ନିକଟ ରେ ଏକ ଟିପ୍ପର ସହ ବାଇକ ଧକ୍କା ହେବା ଫଳରେ ଘଟଣାସ୍ତଳ ରେ ବାଇକ୍ ଚାଳକ ମ୍ରୁତ୍ୟୁ ହୋଇ ଥିବା ଦେଖା ଯାଇଛି।ଘଟଣାରୁ ଜଣା ପଡିଛି, ବସ୍ତର ଜିଲ୍ଲା କରପାୱଣ୍ତ ଥାନା ଅଧିନ ମକାଗାଁ ଗ୍ରାମର ଧନର୍ ଭତ୍ରା ଙ୍କ ପୁଅ ନରସିଙ୍ଗ୍ ଭତ୍ରା (୨୮) ଡାବୁଗାଁ ରୁ ବୋରିଗଁ। ରାସ୍ତାରେ ବାଇକ୍ ନମ୍ବର ସିଜି ୧୭ କେଜି ୨୪୭୨ ଯୋଗେ ଦ୍ରୁତ ଗତିରେ ଜାଉ ଥିବା ବେଳେ ଅପରପଟରୁ ଟିପ୍ପର ନମ୍ବର ଓଡି ୧୮ଏଚ୍ ୮୧୧୮ ଚିପ୍ସ୍ ବୋଝେଇ କରି ଆସୁ ଥିବା ସମୟରେ ବାଇକ୍ ଭାର ସାମ୍ୟ ହରାଇ ଟିପ୍ପର ଡାହାଣ ଆଗରେ ପିଟି ହୋଇ ଛିଟିକି ରସ୍ତା ଉପରେ ପଡି ଜାଇ ଥିଲା।ଦୁର୍ଘଟଣା ହେବା ମାତ୍ରେ ଘଟଣା ସ୍ତଳରେ ଲୋକାରଣ୍ୟ ହୋଇ ଜାଇ ରାସ୍ତା ରେ ଚଳାଚଳ ଠପ ହୋଇଥିଲା।ଖବର ପାଇ ଥାନା ଅଧିକାରି ଅଭିମନ୍ୟୁ ଦୁର୍ଗା ଙ୍କ ନିର୍ଦେଶ କ୍ରମେ ସହ ନିରିକ୍ଷକ କୁଳଭୂଷଣ ନାୟକ ଓ ଅନ୍ୟ କର୍ମଚାରି ଙ୍କୁ ଧରି ଘଟଣା ସ୍ତଳ ରେ ପହଞ୍ଚି ଶବ ଜବତ କରି ଟ୍ରାଫିକ ସମସ୍ୟା ଦୁର କରି ଥିଲେ ଓ ଦୁର୍ଘଟଣା ଘଟି ଥିବା ଗାଡି ଦୁଇଟି କୁ ଥାନାକୁ ଅଣାଇଥିଲେ।ଘଟଣା ସ୍ତଳକୁ ଦମକଳ ବାହିନି ପହଞ୍ଚି ଶବକୁ ଶବ ବ୍ୟବଛେଦ ଗ୍ରୁହକୁ ଆଣି ଥିଲେ।ମ୍ରୁତକ୍ ବ୍ୟକ୍ତି ର ଘରୁ ଲୋକେ ଆସିବା ପରେ ଶବ ବ୍ୟବଛେଦ କରାଜାଇ ତାଙ୍କ ପରିବାର କୁ ହସ୍ତାନ୍ତର କରଜାଇ ଥିଲା।ଏ ନେଇ ଡାବୁଗାଁ ଥାନାରେ ମମଲା ନମ୍ବର ୮୮/୨୦୨୨ ରେ ରୁଜୁ ହୋଇଛି।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରୁ ସବ୍ୟସାଚୀ ଭରତୀଆ ଙ୍କ ରିପୋର୍ଟ

