ବଲାଙ୍ଗିର :-
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି l ବିଜେଡି ନେତ୍ରୀ ତଥା ମୁଖପାତ୍ର ସୁଲତା ଦେଓ, ବିଜେଡି ର ସସ୍ମିତ ପତ୍ର ଓ ରାଜ୍ୟ ସରକାର ଙ୍କ ବିଡ଼ିଆ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ମୋହର ମରିଛନ୍ତି l
ପଶ୍ଚିମ ଓଡିଶା ଆାଦିବାସୀ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଙ୍କ ରାଜ୍ୟସଭା ପାଇଁ ମନୋନୀତ ହେଲା ପରେ ବଲାଙ୍ଗିର ରେ ଆାଦିବାସୀ ଓ ଦଳିତ ବର୍ଗର ଲୋକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି l ରାଜ୍ୟ ସଭା ପାଇଁ ନିଜ ନାମ ଘୋଷଣା ହେଲା ପରେ ଆାଦିବାସୀ ନେତା ନିରଞ୍ଜନ ବିଶି ନିଜ ପ୍ରତିକ୍ରିୟା ରେ ଆାଦିବାସୀ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ କାମ କରିବେ ବୋଲି କହିଛନ୍ତି l ଆାଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଏମାନଙ୍କ ସାମାଜିକ ବିକାଶ କୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି l ତାଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରଷା କରିଥିବାରୁ ଶ୍ରୀ ବିଶି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞାତ ଜ୍ଞାପନ କରିଛନ୍ତି l
ସୂଚନାଯୋଗ୍ୟ, ନିରଞ୍ଜନ ବିଶି ପଶ୍ଚିମ ଓଡିଶାରେ ଜଣେ ଟାଣୁଆ ଆାଦିବାସୀ ନେତା ଭବରେ ପରିଚିତ l ତେବେ ବିଜେଡି ସୁପ୍ରିମୋ ନଵିନ ପଟ୍ଟନାୟକ ନିଜର ଆଦିବାସୀ କାର୍ଡ ଖୋଲିଛନ୍ତି ଓ ଜଣେ ନୂଆଁ ମୁହଁ ଶ୍ରୀ ବିଶି ଙ୍କୁ ରାଜ୍ୟ ସଭାକୁ ଯିବାକୁ ସୁଯୋଗ ଦେଇଛନ୍ତି lବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ।

