Type Here to Get Search Results !

ହାଇ ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଲାଗିଲେ ଫାଇନ


ଭୁବନେଶ୍ୱର :-

ପୁଣି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆସିଗଲା ନୂଆ ନିୟମ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ। ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ବ୍ୟବହାର ହେଉଥିବା ବେଳେ ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ୍ ରହିଛି । କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ । ନୂଆ ନମ୍ବର ପ୍ଲେଟ୍ ବ୍ୟବହାରକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ଆଇନ୍ ଉଲଂଘନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ଓଡ଼ିଶା ଲାଗି ୪ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରଖାଯାଇଛି । ଏହା ଛଡ଼ା ଶେଷ ନମ୍ୱର୍ ଅନୁଯାୟୀ ଶେଷ ତାରିଖ ଘୋଷଣା କରା ଯାଇଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.