Type Here to Get Search Results !

ଗଙ୍ଗାଧର ଗୁରୁ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ



ପଦ୍ମପୁର:-

 ସିରଜିନା କାର୍ଯ୍ୟାଳୟ ରେ ସଭାପତି ଶ୍ରୀ ରାଜୁ ଘିବେଲା ଙ୍କ ସଭାପତିତ୍ୱ ରେ ଗଙ୍ଗାଧର ଗୁରୁ ଜୟନ୍ତୀ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।  ଆସନ୍ତା 28ତାରିଖ ରେ ସୂର୍ଯ୍ୟନଗର ସ୍ଥିତ ପ୍ରଜାପତି ବ୍ରହ୍ମ କୁମାରୀ ସତସଙ୍ଗ କେନ୍ଦ୍ରରେ ସକାଳ 8ଟା ରେ ଅନୁଷ୍ଠିତ ହେବ। ଉକ୍ତ ଦିବସରେ ଶ୍ରୀ ଯୁକ୍ତ ସ୍ୱାମିଶ୍ରୀ ଜୟଦେବ ଭାରତୀ ମୁଖ୍ୟ ଅତିଥି ଓ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂହ ଠାକୁର ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତିି । ଏହି ଅବସରରେ ଡ଼ ମାନଭଞ୍ଜନ ପ୍ରଧାନ ସିରଜିନା ଗଙ୍ଗାଧର ଗୁରୁ ସମ୍ମାନ ରେ ସମ୍ମାନିତ ହେବାର ସ୍ଥିର କରାଯାଇଛି ଏବଂ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।  ତେଣୁ ସମ୍ପାଦକ ସମସ୍ତ କବି କବୟିତ୍ରୀ ଓ ସାହିତ୍ୟ ପିପାସୁ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ନିବେଦନ କରିଛନ୍ତି। ଏହି ବୈଠକରେ ସୁଶ୍ରୀ ଜିତେଶ୍ୱରୀ ଦାଶ ଶ୍ରୀ ଶଙ୍କର ଶତପଥୀ ଶ୍ରୀ ଆଖଣ୍ଡଳ ଦାଶ ଶ୍ରୀ ନରୋତ୍ତମ ଦାଶ ଶ୍ରୀ ଅଚ୍ୟୁତା ନନ୍ଦ ସେଠ ପ୍ରମୁଖ ଯୋଗ ଦାନ କରିଥିଲେ। ଶେଷରେ ସୁମିତ ଘିବେଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.