Type Here to Get Search Results !

ମଝି ଚିଲିକାରେ ବୁଡିଲା ଡଙ୍ଗା,୧୦ ଉଦ୍ଧାର ୧ ନିଖୋଜ


ବାଲୁଗାଁ :-

ସବୁ ଦିନ ଭଳି ଆଜି ମଧ୍ୟ ପର୍ଯ୍ୟଟକ ମା' ଙ୍କ ଦର୍ଶନ କରିବା କୁ ଯାଇଥିଲେ ହେଲେ ଦର୍ଶନ ସାରି ଫେରିବା ବାଟରେ ହଠାତ ମାଡ଼ି ଆସିଥିଲା ଅନ୍ଧାରିଆ କଳା ବାଦଲ ଆଉ ତା ସାଙ୍ଗକୁ ତୀବ୍ର ଗତିର ପବନ। ସମୟ ପାଖା ପାଖି ଦିନ ୩.୩୦ ମିନିଟ , ଚିଲିକା ହ୍ରଦ ରେ ହଠାତ କାଳ ବୈଶାଖୀ ଆସିବା ଯୋଗୁଁ ବାଲୁଗାଁ ନିକଟବର୍ତୀ ମା' କାଳିଜାଇ ଙ୍କ ପୀଠରୁ ଦର୍ଶନ କରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ ଡ଼ଙ୍ଗା ଟି ପବନର ବେଗକୁ ସମ୍ଭାଳି ନପାରି ପାଣି ରେ ଓଲଟି ଯାଇଥିଲା... ।ଫଳରେ ସମସ୍ତ ଯାତ୍ରୀ ପାଣିରେ ପଡ଼ିଯାଇଥିଲେ , ଖବ ର ପାଇ ସଙ୍ଗେ ସଙ୍ଗେ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା ପୋଲିସ୍ ଟିମ୍,ଆଉ ଚାଲିଥିଲା ଉଦ୍ଧାର କାର୍ଯ୍ୟ।୧୦ଜଣ ଯାତ୍ରୀ ଲାଇଫ ଜ୍ୟାକେଟ ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ,ଆଉ ଜଣେ ଯାତ୍ରୀ ନିଖୋଜ ଅଛନ୍ତି।(ବିଶେଷ ସୂତ୍ର ରୁ ଜଣା ପଡୁଛି ନିଖୋଜ ବ୍ଯକ୍ତି ବାଲୁଗାଁ ନିକଟବର୍ତ୍ତୀ କିଦାପୁର କିମ୍ବା ମଠପୁର ଗ୍ରାମର ବାସିନ୍ଦା ରାଜୁ ଖୁଣ୍ଟିଆ )। ଆଉ ସବୁ ଯାତ୍ରୀ ଙ୍କୁ ଉଦ୍ଧାର କରl ଯାଇଛି।ଉଦ୍ଧାର କରା ଯାଇଥିବା ଯାତ୍ରୀ ମାନେ ବାଲୁଗାଁ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।ତେବେ ନିଖୋଜ ବ୍ୟକ୍ତି ଙ୍କୁ ଏବେ ବି ଖୋଜା ଚାଲିଥିବାର ସୂଚନା ମିଳିଛି। ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.