ବଲାଙ୍ଗୀର :-
ବଲାଙ୍ଗୀର ରେ ମୁଣ୍ଡଫଟା ଖରା ଯୋଗୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଲୋକେ ଜରୁରୀ କାମ ପଡ଼ିଲେ ବାଧ୍ୟହୋଇ ଘରୁ ବାହାରୁଛନ୍ତି। ଏହା ଅନେକାଂଶରେ ଘାତକ ସାବ୍ୟସ୍ତ ହେଉଛି। ବଲାଙ୍ଗୀର ସହର ମଧ୍ୟରେ ଥିବା କଚେରି ଛକରେ ଶିକାବେହେଙ୍ଗା ଗ୍ରାମର କଇଁରୁ ସ୍ବାଇଁ ବାଇକ୍ରେ ଯାଉଥିବା ବେଳେ ହଠାତ ପଡ଼ି ଯାଇଥିଲେ। ଟାଣ ଖରା ଯୋଗୁ ତାଙ୍କର ଏପରି ଅବସ୍ଥା ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ହେଲେ ଛକରେ ଥିବା କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ କଇଁରୁ ଙ୍କୁ ଉଦ୍ଧାରକରି ଏକ ଅଟୋରିକ୍ସା ଯୋଗେ ବଲାଙ୍ଗୀର ଭିମ ଭୋଇ କଲେଜ ହସ୍ପିଟାଲ କୁ ନେଇଥିଲେ। ଟ୍ରାଫିକ କର୍ମଚାରୀ ଙ୍କ ଏଭଳି ମାନବିକତା ଦେଖି ଲୋକେ ପ୍ରଶଂସା କରିଛନ୍ତି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

