Type Here to Get Search Results !

ଚାଇଁପାଳ ଓଭରବ୍ରିଜ ନିକଟ ଗୁରୁଜାଙ୍ଗୁଲି ଛକ ନିକଟରେ ଦୁର୍ଘଟଣା


ତାଳଚେର :- 

ରାଜରାସ୍ତା ଉପରେ ଦୈନନ୍ଦିନ ଘଟି ଚାଲିଛି ଦୁର୍ଘଟଣା। ୪୩ନମ୍ୱର ଜାତୀୟ ରାଜପଥ ରେ ଆଜି ସକାଳ ସମୟରେ ତାଳଚେର ଥାନା ଅନ୍ତର୍ଗତ ଗୁରୁଜାଙ୍ଗୁଲି ଛକ ନିକଟରେ ଘଟିଛି ଏମିତି ଏକ ଦୁର୍ଘଟଣା। ବଅଁରପାଳ ଆଡୁ ଆସୁଥିବା ଏକ କାର କୁ ଟ୍ରକ୍ ଧକ୍କା ଦେବା ଫଳରେ କାର ଟି ଭାରସାମ୍ୟ ହରାଇ ଗୋଟିଏ ଥର ବୁଲି ପଡିଥିଲା ଏବଂ ଅନ୍ୟ ଏକ ଟ୍ରକ ଆସୁଥିବା ବେଳେ ଏହା ମଝିରେ ଫସି ଯାଇଥିଲା। ତେବେ କାର ଚାଳକ ଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାର ଚାଳକ ଜଣଙ୍କ ହେଲେ ଏନଟିପିସି ଅଞ୍ଚଳ ର ଶିବରାମ ସାହୁ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାର ର କ୍ଷତିପୂରଣ ନିମନ୍ତେ କୌଣସି ନିଷ୍ପତ୍ତି ହୋଇ ପାରି ନଥିବା ବେଳେ ରାଜରାସ୍ତା ଉପରେ ଉଭୟ ଦୁଇଟି ଟ୍ରକ ଓ କାର ସେହି ଅବସ୍ଥା ରେ ଅଛନ୍ତି ।

 ଅନୁୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.