Type Here to Get Search Results !

ରାଜ୍ୟରେ କାଳବୈଶାଖୀ ଆଲର୍ଟ, ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର :- 

ରାଜ୍ୟର ୨୪ଟି ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଜାରି କରାଯାଇଛି । ଏହି ସମୟରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ବୋହିବାର ସମ୍ଭାବନା ରହିଛି । ଏ ନେଇ ରାଜ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ସମୁଦ୍ର ମଧ୍ୟରେ ମାଛ ନ ଧରିବା ପାଇଁ ଧୀବର ମାନଙ୍କୁ ସୂଚିତ କରାଯାଇଛି। 

ପାଣିପାଗ ବିଭାଗ ମୁତାବିକ, ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧ। ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ଝାରସୁଗୁଡା ସମ୍ବଲପୁର , ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.