Type Here to Get Search Results !

ଭଦ୍ରକ ପୌରପାଳିକାରେ ଦାୟିତ୍ୱସମ୍ପନ୍ନ ବିରୋଧୀ ଳର ଭୂମିକା ନିଭାଇବ କଂଗ୍ରେସ: ନଳିନୀ


ଭଦ୍ରକ :-

ପୌର ନିର୍ବାଚନରେ କଂଗ୍ରେସ ଦଳର ୬ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି । ସହରବାସୀ ଭଦ୍ରକ ପୌରପାଳିକାରେ କଂଗ୍ରେସ ଦଳକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଥିବାରୁ କଂଗ୍ରେସ ଦଳ ପକ୍ଷରୁ ପ୍ରଥମେ ସହରବାସୀଙ୍କୁ କୃତଜ୍ଞତା ଜଣାଉଛୁ । ପୌରପାଳିକାର ଅଧ୍ୟକ୍ଷ ଅଥବା ଉପାଧ୍ୟକ୍ଷ କିଏ ଦଖଲ କଲା ସେଇଟା ଆମ କଂଗ୍ରେସ ଦଳ ପାଇଁ ଗୁରୁତ୍ଵପୂର୍ଣ ନୁହେଁ କିନ୍ତୁ ଭଦ୍ରକ ସହରବାସୀ ଆମକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତା’କୁ ଆମେ ତୁଲାଇବୁ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାନସଭା କ୍ଷେତ୍ରର ନେତା ନଳିନୀକାନ୍ତ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ: କଂଗ୍ରେସ ଭଦ୍ରକ ପୌରପାଳିକାରେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳର ଭୂମିକା ନିଶ୍ଚିତ ନିଭାଇବ ପୌରପରିଷଦରେ ଦଳର ଭୂମିକା ଗଠନମୂଳକ ହେବ ବିକାଶ ପାଇଁ ଲଢେଇ କରିବ, ବିକାଶ ହେଲେ ସହଯୋଗ କରିବ କିନ୍ତୁ ଯେଉଁଠି ବି ଅନୀତି ହେବ ସେହିଠାରେ କଂଗ୍ରେସ ବିରୋଧ କରିବ ସହରବାସୀଙ୍କୁ ମୌଳିକ ସୁବିଧା ମିଳିବା, ସହରବାସୀଙ୍କ ଦାବିକୁ ପୌରପରିଷଦରେ ଉପସ୍ଥାପନ କରିବୁ । ସହରବାସୀଙ୍କ ହକ୍ ହାସଲ ପାଇଁ ଆଗକୁ ଆମେ ଆନ୍ଦୋଳନକୁ ଓହ୍ଲାଇବୁ । କୌଣସି ପରିସ୍ଥିତିରେ ମନମୁଖୀ ନୀତି ଅଥବା ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ ବୋଲି ଆମ ଦଳର ୬ଜଣ କାଉନସିଲରଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଆଜି ଏହି ନିଷ୍ପ ନିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ବୈଠକରେ ୧୨ ନଂ କାଉନସିଲର ହେମନ୍ତ ସାହୁ, ୧୯ ନଂ କାଉନସିଲର ରୁକସାନା ଖାତୁନ, ୨୨ ନଂ କାଉନସିଲର ଯମୁନା ସୋରେନ, ୨୪ ନଂ କାଉନସିଲର ଜାହିର ସାହା, ୨୫ ନଂ କାଉନସିଲର ସାହିଲ କାଦର, ୨୭ ନଂ କାଉନସିଲର ସହେଜାଦି ଦୁରେଜନାଙ୍କ ସମେତ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଯୁବନେତା ଇନାମୁଲ ହକ, ଉଜ୍ଜ୍ଵଳ ନାୟକ, ଇଲିୟାସ ଅଲ୍ଲୀ ଖାଁ, ତନଞ୍ଚିର ଖାନ, ସୁଲେମାନ, ଖାଁ, ଅବଦୁଲ ଫରିଦ ଖାଁ, ପଦ୍ମଲୋଚନ ବେହେରା, ବିଜୟ ବାରିକ, ରଂଜନ କୁମାର ଜେନା, ସେକ ଅହମ୍ମଦ, ସେକ ନିଆଜ, ସେକ ଇଫେତେ ଖାଁ ସମତେ ବହୁ ଆଗଧାଡିର ନେତା ଉପସ୍ଥିତ ଥିଲେ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.