Type Here to Get Search Results !

ରାମନବମୀ ଉପଲକ୍ଷେ ଶାନ୍ତି କମିଟି ବୈଠକ



ଝାରସୁଗୁଡ଼ା :-

 ରାମନବମୀ ପାଳନ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଗୃହରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିବୈଠକରେ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଉପ ଜିଲ୍ଲାପାଳ ଶିବ ଟପ୍ପୋ ,ଡେପୁଟି କଲେକ୍ଟର ଗିତିକା ନାଏକ ,ଜିଲ୍ଲାର ତିନି ପୌରପାଳିକା ଅଂଚଳର ବିଭିନ୍ନ ଆଖଡ଼ା କମିଟିର କର୍ମକର୍ତ୍ତା ଓ ସଦସ୍ୟ , ମସଜିଦ କମିଟିର କର୍ମକର୍ତ୍ତା ଓ ସଦସ୍ୟ ,ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭାଇଚାରା ବଜାୟ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ଆକର୍ଷଣୀୟ ଭାବରେ ଶୋଭାଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅପରାହ୍ଣ ୩ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇ ରାତି ୮ଟା ମଧ୍ୟରେ ସମ୍ପନ୍ନ କରାଯିବାକୁ ବୈଠକରେ ସ୍ଥିର କରାଗଲା । ଆଖଡ଼ା କମିଟିଗୁଡ଼ିକ ନିର୍ଦ୍ଧାରିତ ସମୟରେ ନିଜ ନିଜ ଅଞ୍ଚଳରୁ ଶୋଭାଯାତ୍ରା ବାହାର କରିବା , ସମ୍ପୃକ୍ତ ଥାନାରୁ ଲାଇସେନ୍ସ ପ୍ରାପ୍ତ ହେବା, ଶୋଭାଯାତ୍ରାରେ ଖଣ୍ଡା, ଲୁହାରଡ଼ , ଟିଉବ ଲାଇଟ, ତୀକ୍ଷଣ ଓ ଧାରଯୁକ୍ତ ଅସ୍ତ୍ରଶସ୍ତ୍ର ଏବଂ ନିଆଁହୁଳା ଆଦି ବ୍ୟବହାର ନକରିବାକୁ ବୈଠକରେ ଆଲୋଚନା କରାଯାଇ ଏ ଦିଗରେ ସମସ୍ତ ଆଖଡ଼ା କମିଟିର ସହଯୋଗ କାମନା କରାଯାଇଛି। ଶୋଭାଯାତ୍ରା ସମୟରେ ନିରବଛିନ୍ନ ଭାବରେ ବିଦ୍ୟୁତ ଯୋଗାଣ ତଥା ସ୍ବେଚ୍ଛାସେବୀ ସଂଗଠନ ଓ କମିଟିଗୁଡିକର ସହଯୋଗରେ ପାନୀୟ ଜଳର ବ୍ୟବସ୍ଥା କରିବା ସକାଶେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବେଲପାହାଡ଼ ପୌରପାଳିକାର ଅଧ୍ୟକ୍ଷ ନିମେଇ ଚରଣ ପଣ୍ଡା , ପ୍ରଫେସର ଟହଲୁ ସାହୁ , ସନ୍ଦୀପ ଅବସ୍ତି,ଜୀବନ ମହାନ୍ତି ,ସତପାଲ ସିଂ ଓ ବିଭିନ୍ନ ଆଖଡ଼ା କମିଟିର କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.