Type Here to Get Search Results !

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

 

ବଲାଙ୍ଗୀର :-

ବଲାଙ୍ଗିର ଜିଲ୍ଲା ର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଚନ୍ଦ୍ରମଣି ନାଗ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବିମଳ ଚନ୍ଦ୍ର ବାବୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଏବିଇଓ ମହାଦେବ ମିଶ୍ର, ନାରାୟଣ ଭୋଇ, ବ୍ଲକ କନଭେନର ମନୋଜ ବେହେରା, ଆୟୋଜକ ବିଦ୍ୟାଳୟର ଜ୍ୟୋତିମୟି ମହାପାତ୍ର ପ୍ରମୁଖ ମଂଚାସିନ ଥିଲେ । ମେଳାରେ ୭୨ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ପର୍ଯ୍ୟବେକ୍ଷକ ଭାବରେ ସରଗାଡ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାରକ ବିଚାରକ ଭାବରେ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କୁମାର ଭୋଇ ଓ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁବ୍ରତ କୁମାର ବାବୁ କାର୍ଯ୍ୟଭାର ତୁଳାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଥ ଶିଶୁମାନଙ୍କ ମନରେ ସବୁବେଳେ ବୈଜ୍ଞାନିକ ମନୋଭାବ ରହି କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ କରିଥିଲେ । ଶିଶୁ ବୈଜ୍ଞାନିକ ଭାବରେ କନ୍ଧକେଳ ସ୍କୁଲର ରାହୁଳ ଦାଶ, କୁମ୍ଭାରୀର ବୃନ୍ଦାବତୀ ବଗର୍ତ୍ତି, ଆଦର୍ଶ ବିଦ୍ୟାଳୟର ଦେବାଶିଷ ଦଳେଇ, ବିନୟ ବେହେର, ଆମ୍ବପାଲି ସ୍କୁଲର ଶୁଭଶ୍ରୀ ଭୋଇ ପ୍ରମୁଖ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ବିଜ୍ଞାନ ପ୍ରକଳ୍ପ ପାଇଁ ମନୋନିତ ହୋଇଥିଲେ । କାର୍ଯ୍ୟକ୍ରମରେ ଡେଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ବିଜ୍ଞାନ ସଂଯୋଜକ ନିଳମଣି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସରୋଜ କୁମାର ମିଶ୍ର, ଅଶୋକ କୁମାର ପ୍ରଧାନ, ସୁରେଶ କୁମାର ମିଶ୍ର, ଘନଶ୍ୟାମ ଦଣ୍ଡସେନା, ସୁଷମା ମେହେର, ଅର୍ଜୁନ ସାହୁ, ଭିମସେନ ଦେହୁରି, ଗାୟତ୍ରି ବାରିକ, ଟେକାଧର ମାଝି, ମନାଲିସା ପ୍ରଧାନ, ଜଗଦିଶ ମିଶ୍ର, ରାମ ନାରାୟଣ ଦାଶ, ପ୍ରକାଶ ସାହୁ , ହିଂମାଶୁ ବିଶ୍ୱାଳ, ଆନନ୍ଦ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.