Type Here to Get Search Results !

ଲୋଇସିଂହା ସହରରେ ଚାଞ୍ଚଲ୍ୟ, ଯୁବକ ଙ୍କୁ ପିଟି ପିଟି ହତ୍ଯା,


ଲୋଇସିଂହା :-

 ଯୁବକ ଙ୍କୁ ପିଟି ପିଟି ହତ୍ଯା,ଜଣେ ମୃତ, ଜଣେ ଗୁରୁତ୍ୱର, ବଲାଙ୍ଗିର ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ଚାଞ୍ଚଲ୍ୟ। ଗୋଡ଼ାଇ ଗୋଡ଼ାଇ ପିଟି ପିଟି ଜଣେ ଯୁବକଙ୍କୁ କରାଯାଇଛି ହତ୍ୟା। ଗତକାଲି ରାତିରେ ଘଟିଛି ଏହି ଘଟଣା।

 ମୃତକଙ୍କ ନାଁ ରୂପକ ହନୁମାନ। ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ସରୋଜ ବିଶି। ଉଭୟ ଲୋଇସିଂହା ଵ୍ଳକର ସଦର ମହକୁମା ଜଡାମୁଣ୍ଡା ବାସିନ୍ଦା। ଲୋଇସିଂହା ବ୍ଳକ୍ ଛକରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ୫ ଜଣ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ରୂପକ ଓ ସରୋଜ ଵିଶି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ। ରୂପକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଗୁରୁତର ସରୋଜ ଵିଶି ଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଏହା ଘଟି ଥାଇପାରେ ବୋଲି କୁହାଯାଉଛି।

 ମୃତ ରୂପକଙ୍କ ବଡ଼ ଭାଇ ଦୀପକ କୁମାର ହନୁମାନ କହିଛନ୍ତି, ସେ (ରୂପକ) ଗତକାଲି ରାତି ୯ଟା ୧୫ ପର୍ଯ୍ୟନ୍ତ ଘରେ ଶୋଇଥିଲା। ତା’ପରେ ତା’ ପାଖକୁ ବାରମ୍ବାର କଲ୍ ଆସିଥିଲା। ତେଣୁ ସେ ଘରୁ ବାହାରି ଯାଇଥିଲା। ୫ ମିନିଟ୍ ପରେ ଆମେ ତାକୁ ଫୋନ୍ କଲୁ ଖାଇବା ପାଇଁ। କିନ୍ତୁ ସେ ଫୋନ୍ ଉଠାଇଲା ନାହିଁ। କିଛି ସମୟ ପରେ ଆମ ପାଖକୁ କଲ୍ ଆସିଲା ଯେ ରୂପକକୁ ମାରପିଟ କରାଯାଇଛି। ମୁଁ ଘଟଣାସ୍ଥଳକୁ ଗଲି। ସେଠାରେ ଦେଖିଲି ମୋ ଭାଇକୁ ବହୁତ ଜୋରରେ ମାଡ଼ ଦିଆଯାଇଛି। ପ୍ରଥମେ ତାକୁ ଲୋଇସିଂହା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଗଲା। ସେଠାରୁ ବଲାଙ୍ଗିର ରେଫର କରାଗଲା। ବଲାଙ୍ଗିର ହସ୍‌ପିଟାଲ୍‌ରେ ତା’ର ମୃତ୍ୟୁ ହେଲା।

 ସେ ଆହୁରି କହିଛନ୍ତି, ଲୋଇସିଂହାରେ ରହୁଥିବା କିଛି ଯୁବକ ତାକୁ ପୂର୍ବରୁ ବିଭିନ୍ନ ସମୟରେ ଚେତାବନୀ ଦେଇଥିଲେ। ମୋତେ ସେ ଏ କଥା କହିଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଉଜ୍ଜ୍ୱଲ ଜାଲ୍‌, ବଡ଼ବାରୀ, ସୁନ୍ଦର ସ୍ୱାଇଁ, ଦେବାନନ୍ଦ କାଣ୍ଡି ଓ ସତ୍ୟଜିତ୍ ବାଗ୍‌ । ବଡ଼ବାରୀ ଓ ସୁନ୍ଦରର ଘର ଫାସଡ଼ରେ। ଉଜ୍ଜ୍ୱଲ ଓ ସତ୍ୟଜିତ୍‌ ବାଗର ଘର ଲୋଇସିଂହାରେ। ଦେବାନନ୍ଦ ଅନ୍ୟ କେଉଁ ସ୍ଥାନର ଯୁବକ। କିନ୍ତୁ ସେ ଲୋଇସିଂହାରେ ରହୁଛି। ଏହି ୫ ଜଣ ହିଁ ମୋର ଭାଇକୁ ପିଟି ପିଟି ମାରିଛନ୍ତି। ଲୁହା ରଡ୍‌ରେ ସେମାନେ ପିଟିଲା ଭଳି ଜଣାପଡ଼ୁଛି।

 ପୁଲିସ୍ ରୂପକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଖୋଳତାଡ଼ କରୁଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.