Type Here to Get Search Results !

ପବିତ୍ର ଶ୍ରୀରାମ ନବମୀ ଅବସରରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଛି

 

ବରଗଡ / ପଦ୍ମପୁର - 

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଉପଲକ୍ଷେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାିଛି । ଏକ ସୁନ୍ଦର ରଥରେ ଶ୍ରୀ ଗୋପାଳଜୀ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଶିଶୁମନ୍ଦିରକୁ ଅଣାଯାଇଥିଲା । ପରେ ଶିଶୁ ମନ୍ଦିରରୁ ସୁସଜ୍ଜିତ ରଥରେ ଘଣ୍ଟ ବାଦ୍ୟରେ ଶ୍ରୀରାମଙ୍କ ନାରା ଓ ଭଜନର ତାଳେ ତାଳେ ଶିଶୁ ଭାଇ ଭଉଣୀ ବନବାସୀ ରାମ, ସୀତା ଓ ଲକ୍ଷ୍ମଣ, ରାଜା ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ହନୁମାନ ବେଶରେ ୧୦ଟି ଦଳ ସୁସଜ୍ଜିତ ଅଟୋରେ ଏବଂ ହନୁମାନ ବେଶରେ ୧୮ ଜଣ ଭାଇ ସମେତ ଶତାଧିକ ଭାଇ ଭଉଣୀ ନଗର ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ସହରର ବିଭିନ୍ନ ସ୍ଥାନରେ ଝୋଟି ମୁରୁଜ କଳସୀ ବସାଇ ଶଙ୍ଖନାଦ, ହୁଲହୁଲି ପକାଇ ସ୍ୱାଗତ କରି ଶିଶୁମାନଙ୍କୁ ସରବତ, ମିଠା ଆଦି ଖୁଆଇ ଲୋକେ ଆନନ୍ଦ ପାଉଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ଲାଭ କରିଥିଲା ।ସମସ୍ତେ ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ହେଉଥିଲା। ପଦ୍ମପୁର NAC ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.