ଭୁବନେଶ୍ୱର :-
ଆଜି କ୍ୟାପିଟାଲ ଇଂଜିନିଅରିଙ୍ଗ କଲେଜ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ନେଇ 6 ତାରିଖ ରୁ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ତର୍କ, ପ୍ରବନ୍ଧ ଲିଖନ, ନାଚ, ଗୀତ ଏକକ ଅଭିନୟ ପ୍ରତିଯୋଗିତା ରେ କଲେଜର ବହୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାପିଟାଲ ଗ୍ରୁପ ଅଫ ଇନଷ୍ଟିଚୁଟ ର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ସାହୁ, କ୍ୟାପିଟାଲ ଇଞ୍ଜିନିୟରିଂ କଲେଜ ର ଅଧକ୍ଷ ଡ଼ଃ. କୌଳାସ ଚନ୍ଦ୍ର ରାଉତ, କ୍ୟାପିଟାଲ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ର ଅଧକ୍ଷ ପ୍ରଫେସର ଗୌତମ ମିଶ୍ର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରଫେସର ସ୍ଵାତିସ୍ମିତା ଜେନା ସଭା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗ ର ପ୍ରତିଯୋଗିତା କୁ କ୍ୟାପିଟାଲ କଲେଜ ର ବିଭିନ୍ନ ବିଭାଗର ପ୍ରଫେସର ମନେ ପରିଚାଳିତ କରିଥିବା ବେଳେ ପ୍ରଫେସର ସନ୍ଦୀପ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଗୁଣମନୀ ଶବର ,ଶଙ୍କର୍ଷଣ ପ୍ରଧାନ,କବିତା, ଶୁଭଙ୍କରୀ ଦାସ, ରୋଶନ ରାଜକ, ଯଯାତି କେଶରୀ ସାମନ୍ତରାୟ, ପଣିତା ଶବର, ଅଭିଜିତ ରାଉତ ରାୟ, ସିନ୍ଧୁନନ୍ଦିନୀ ଗୁରୁବାରୀ ଶବର, ତିତିଲି ପ୍ରିୟଦର୍ଶିନୀ, ଶେଖର ସିଂ, ମଧୁସ୍ମିତା ଭୁଆଁ, ବିଶ୍ୱରଂଜନ ଦାସ, ସନ୍ତୋଷ ବେହେରା, ଦମୟନ୍ତୀ, ସାହେବ ଦାସ ସ୍ନେହା ଭୋଇ, ସରୋଜିନୀ ମହାନ୍ତ, ପବନ କୁ. ସିଂ, ମୌସୁମୀ କାଣ୍ଡି, ଶୁଭଙ୍କରୀ ଦାସ, ଆଲୋକ ରଞ୍ଜନ ମହାପାତ୍ର, ବିଶ୍ୱରାଜ ପଟ୍ଟନାୟକ,ଅଭିଜିତ, ଲଷ୍ମୀନାରାୟଣ ମୁଦୁଲି, ଅନିଲ ପଟ୍ଟନାୟକ ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ ବିଜୟୀ ହୋଇଥିବା ବେଳେ କଲେଜ ର ସମସ୍ତ ବିଭାଗ ର ପ୍ରଫେସର ଓ କର୍ମ କର୍ତା ଉପସ୍ଥିତ ଥିଲେ । ବ୍ୟୁରୋ ରିପୋର୍ଟ

