Type Here to Get Search Results !

ଅଂଶୁଘାତ ରୋକିବା ପାଇଁ ଯୁବକ କଲେ ସଚେତନ


ପଦ୍ମପୁର :-

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଅଂଶୁଘାତ ରୋକିବା ପାଇଁ ପ୍ଲାକାର୍ଡ ଓ ଛତା ଟିଏ ଧରି ଗ୍ରାମରେ ଅନେକ ସ୍ଥାନରେ ବୁଲି ବୁଲି ଲୋକ ଙ୍କୁ ସଚେତନ କରିଥିଲେ । କାନ୍ଥ ମାନଙ୍କରେ ପ୍ଲାକାର୍ଡ ମଧ୍ୟ ଲଗାଇଛନ୍ତି। ଖରାଟାଣ ହେଵା ମାତ୍ରେ ଘରୁ ଵାହାରିବା ଉଚିତ ନୁହେଁ। ନିହାତି ବାହାରକୁ ଯିଵାର ହେଲେ ମୁଣ୍ଡରେ ଓଦା ଗାମୁଛା ପକାଇବା ଦରକାର। ଥଣ୍ଡା ପାଣି, ପିଇବା ଆବଶ୍ୟକ। ଏହି ପରି ଭାବରେ ଦେହକୁ ଶୀତଲ ରଖିଲେ ଅଂଶୁଘାତରୁ ରକ୍ଷା ପାଇଁ ପାରିବା। ଓଡ଼ିଶାକୁ ଅଂଶୁଘାତରୁ ରକ୍ଷା କରିବା ହେଲେ ଅବିଚାରିତ ଭାବରେ ହେଉଥିବା ଜଙ୍ଗଲ କଟାକୁ ବନ୍ଦ କରିବା ଉଚିତ୍।ସହର, ନଗର ଓ ଗାଁ ଗହଳିରେ ବୃକ୍ଷରୋପଣ କରିବା  ଆବଶ୍ୟକ ବୋଲି ଜ୍ୟୋତିଷ କହିଛନ୍ତି। 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.