ପଦ୍ମପୁର :-
ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଦଳ ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନରୁ ରହି ଆସିଛି । ସମୟ ସମୟରେ ବିଭିନ୍ନ ପଡ଼ାବାସୀ ବାରମ୍ବାର ଆନ୍ଦୋଳନ କରୁଥିବା ସତ୍ତ୍ବେ କିଛି ସୁଫଳ ମିଳୁନାହିଁ ।
ଏଣୁ ଏ ସମସ୍ୟାର ସମାଧାନ ପାଇଁ ଆଜି ବିଜେପି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ନ ହେଲେ ଆଗାମୀ ୧୦ ତାରିଖରୁ ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦିଆଯାଇଛି । ପ୍ରତିନିଧି ଦଳରେ ଚିନ୍ମୟ କୁମାର ପଣ୍ଡାଙ୍କ ସମେତ, କାଉନସିଲର ଶ୍ରୀମତୀ ପ୍ରମିଳା ମେହେର, ଆଇନଜୀବୀ ଆଦିତ୍ୟ କୁମାର ରଥ, ପ୍ରମୋଦ କୁମାର ମେହେର, କେତନ ମେହେର, କ୍ଷୀରୋଦ୍ର ରଣା, ଅର୍ଜୁନ ରଣା, ସେବକ ମେହେର, ପାଣ୍ଡବ ମେହେର ପ୍ରମୁଖ ସାମିଲ ଥିଲେ ।
ପଦ୍ମପର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

