Type Here to Get Search Results !

ଅନୁପ ସାଏ ଙ୍କୁ ଆଜୀବନ କାରାଦଣ୍ଡ


ଝାରସୁଗୁଡ଼ା :-

ବହୁ ଚର୍ଚ୍ଚିତ ଲୋମହାର୍ଷଣ କରି ହତ୍ୟା ଯାହା କି ସମଗ୍ର ଝାରସୁଗୁଡ଼ା ତଥା ରାଜ୍ୟ ରେ ଚହଳ ପକେଇଥିଲା ଆଜି ତା ଚୁଡାନ୍ତ କୋର୍ଟ ନିଷ୍ପତ୍ତି ରାୟଗଡ଼ ଦୌରା ଜଜ୍ ଶୁଣାଇଛନ୍ତି। ଜଣେ ମା ଓ ଝିଅ ର ଏହି ହତ୍ୟା କାଣ୍ଡ ଯାହା କୁ କଳ୍ପନା ଦାଶ ଓ ବବଲି ଡବଲ ହତ୍ୟାକାଣ୍ଡ କୁହାଯାଏ ଏଥିରେ ଅଭିଯୁକ୍ତ ଅନୂପଙ୍କୁ ଆଜି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି କୋର୍ଟ। ପ୍ରେମ ସମ୍ପର୍କ ରେ ବିବାହ ପାଇଁ ଜିଦ୍ ପାଇଁ ଏ ଜଘନ୍ୟ ହତ୍ୟାକାଣ୍ଡ ଗତ ୨୦୧୬ ମସିହାରେ ସଂଘଟିତ କରିଥିଲେ ଅନୁପ। ଏ ଘଟଣାକୁ ନେଇ ଗତ ୨୦୨୦ ଫେବୃଆରୀ ୧୩ ତାରିଖରେ ଅନୁପଙ୍କୁ ଚକ୍ରଧରପୁର ପୋଲିସ ଗନ୍ଧିଛକରୁ ଉଠେଇ ନେଇଥିବା ବେଳେ ତାଙ୍କ ସହଯୋଗୀ ତଥା ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମଧ୍ୟ ଗିରଫ ହୋଇଥିଲେ। ଗତ ଦୁଇ ମାସ ଆଗରୁ ବର୍ଦ୍ଧନ ନିର୍ଦ୍ଦୋଷ ରେ ଖଲାସ ହୋଇଥିବା ବେଳେ ଅନୁପ ଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଆଗାମୀ ଦିନରେ ଅନୁପ ହାଇକୋର୍ଟ ର ଦ୍ବାରସ୍ଥ ହେବା ନେଇ ସୂଚନା ଦେଇଛନ୍ତି ଅନୁପ ଙ୍କ ଓକିଲ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.