Type Here to Get Search Results !

ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ମହୁଲ ଫୁଲ ସଂଗ୍ରହ କାରୀ


ବରଗଡ଼ :-

ମହୁଲ ଫୁଲ ବ୍ୟବସାୟୀ ଏଵେ ଚଲଚଞ୍ଚଳ, ଗାଁଗାଁ କୁ ଯାଇ ଅତି କମ ମୂଲ୍ୟରେ ମାଗଣା ଭଲିଆ କିଣୁଛନ୍ତି ମହୁଲ ଫୁଲ ଉଚିତ ମୂଲ୍ୟ ନ ପାଇଁ ନୀରିହ ମହୁଲ ସଂଗ୍ରହ କରି ଜନତା ଶୋଷଣ ଶିକାର ହେଉଛନ୍ତି । ଧାନ ଫସଲ ପରେ ସମଗ୍ର ପଶ୍ଚିମାଞ୍ଚଳ ରେ ମହୁଲ ଫୁଲ

ସ୍ଥାନୀୟ ଗରୀଵ ଆଦିବାସୀଙ୍କ ପାଇଁ ଆର୍ଥିକ ରୋଜଗାର ପନ୍ଥା ହୋଇଥାଏ। ଏଇ ମହୁଲ ଫୁଲ ସଂଗ୍ରହ ରେ ପ୍ରତ୍ୟେକ ପରିବାରର ସମସ୍ତ ନିୟୋଜିତ ରହିଥାନ୍ତି। ଭୋର ସକାଲୁ ଅପରାହ୍ନ ଯାଏଁ ପ୍ରଚଣ୍ଡ ଖରା ସହି ମହୁଲ ସଂଗ୍ରହ କରିଥାନ୍ତି । ଏଥିରୁ ଦୁଇ ପଇସା ପାଇଲେ ପରିବାରର ବିଭିନ୍ନ ଆର୍ଥିକ ସମସ୍ୟା ରେ ବିନିଯୋଗ କରିଥାନ୍ତି। ଏଇ ମହୁଲ ରୁ ହିଁ ଦେଶୀ ମଦ ତିଆରି ସମେତ ଆୟୁର୍ବେଦ ଔଷଧର ବ୍ୟବହୃତ ହୋଇଥାଏ ଏବଂ ଆମ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଥିବା ବେଳେ ଗୋଟାଲି ଯିଏ । ଏହାକୁ ଗଛ ମୂଲରୁ ଗୋଟିଏ ସଂଗ୍ରହ କରିଥାଏ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ମହୁଲ ଫୁଲ ସଂଗ୍ରହ କାରୀ ନିରୀହ ଗୋଟାଲି ଓ ତାଙ୍କ ପରିବାର ସୁରକ୍ଷା ଚିନ୍ତା ଓ ଉଚିତ ମୂଲ୍ୟ ପାଇବା ନେଇ ବ୍ୟବସ୍ଥା ନ କରି ଓଲଟା ବ୍ୟବସାୟୀ ହାତରେ ଟେକିଦେଇ ସରକାର ନୀରଵ ଦ୍ରଷ୍ଟା ସାଜିଛନ୍ତି। ଵିଗତ ଖରିପରେ ଭୟଙ୍କର ମରୁଡି ଯୋଗୁଁ ଚାଷୀ ମଜୁରିଆ ସମସ୍ତ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ମହୁଲଫୁଲରୁ  ଅଲ୍ପ କିଛି ଭରଣା ପାଇଁ ଆଶା ବାନ୍ଧିଥିବା ସମୟରେ ମହୁଲ ଓ ଜଙ୍ଗଲଜାତ ଦ୍ରବ୍ୟ ର ସରକାରୀ ଦର ଜାଣି ନ ଥିବା ଗୋଟାଲୀ ଵିନା ଲାଇସେନ୍ସ ଧାରୀ ଵେପାରୀ ମାନଙ୍କ ଶିକାର ହୋଇ କମ ଦର ମାତ୍ର ୧୫ ରୁ ୧୮ ଟଙ୍କା  ରେ ବିକ୍ରି କରି ଶୋଷିତ ହେଉଛନ୍ତି । କେନ୍ଦୁପତ୍ର ପରେ ମହୁଲଫୁଲ ହେଉଛି ଦ୍ୱିତୀୟ ଲଘୁ ଵନଜାତ ଦ୍ରବ୍ୟ ପ୍ରାୟତଃ ଅଧିକାଂଶ ଆଦିବାସୀଙ୍କ ପୁରା ପରିବାର ଏହା ସଂଗ୍ରହ ରେ  ନିୟୋଜିତ ହୋଇଥାନ୍ତି । ଏମାନେ ଅଣ ପାଠୁଆ କେନ୍ଦୁପତ୍ର ତୋଲାଲିଙ୍କୁ ମିଲୁଥିଵା ସଵୁ ସୁବିଧା ସହାୟତା ମିଲିବାକୁ ଦାଵୀ କରିବା ଏମାନ ପକ୍ଷେ  ସମ୍ଭବ ନୁହେଁ। 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.