ଝାରସୁଗୁଡ଼ା :-
ଗତ କାଲି ରାତି ଝାରସୁଗୁଡ଼ା ବାଇପାସ ନିକଟସ୍ଥ ବୃଦ୍ଧାଶ୍ରମ ର ଜଣେ ଅନ୍ତେବାସୀ ଙ୍କ ମୃତ୍ୟୁ ହୋଇ ଯାଇଛି। ମୃତ ବ୍ୟକ୍ତି ହେଲେ ଚଜନ ସିଂହ, ବୟସ ୬୫ ବର୍ଷ। କିଛି ଦିନ ଧରି ସେ ରୋଗରେ ଆକ୍ରାନ୍ତ ଥିଲେ। ତେବେ ଆଜି ସକାଳ ସମୟରେ ବିଧିବଦ୍ଧ ଭାବେ ତାଙ୍କ ମୃତ ଶରୀରର ଅନ୍ତେଷ୍ଟି କ୍ରିୟା ସଂପନ୍ନ କରିଛନ୍ତି ବୃଦ୍ଧଶ୍ରମ ର କତୃପକ୍ଷ ଓ କିଛି ସମାଜ ସେବୀ। ଆଜି ଆନ୍ତେଷ୍ଟି କ୍ରିୟାରେ ବୃଦ୍ଧଶ୍ରମ ର ଅଧିକାରୀ ବିରଞ୍ଚି ମାଝୀ, ସଞ୍ଜୟ ବେହେରା, ସୁରେନ୍ଦ୍ର ମହାପାତ୍ର ତଥା WHRPO ର ଜିଲ୍ଲା ସଭାପତି ଅଭିଷେକ ଲାଠ, ଜିଲ୍ଲା ସମ୍ପାଦକ ତଥା ସମାଜସେବୀ ମଦନ ମଲ୍ଲିକ, ମନମୋହନ ପଣ୍ଡିତ, ଅରବିନ୍ଦ ପାଠକ, ତଥା ଆଶ୍ରମ ଅନ୍ତେବାସୀ ରହି ଅନ୍ତେଷ୍ଟି କ୍ରିୟା ସଂପନ୍ନ କରିଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
