Type Here to Get Search Results !

ହେବିୱେଟ ନେତା ଙ୍କ ନିର୍ବାଚନ ପ୍ରଚାର

 

ପଦ୍ମପୁର:-

ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ମଇଦାନରେ ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି ଏଇ ଚାଲିଥିବା ନିର୍ବାଚନୀ ରଣକ୍ଷେତ୍ରରେ ।ଆଜି ବିଜୁ ଜନତା ଦଳ ତାର ଶକ୍ତି ପ୍ରଦର୍ଶନ କରିଛି ପଦ୍ମପୁର ସହରରେ ।ଓଡ଼ିଶା ର ମାନ୍ୟବର ଲୋକପ୍ରିୟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଛିଡ଼ା ହୋଇଥିବା ବିଜେଡି ଦଳର ସମସ୍ତ କାଉନସିଲ ପ୍ରାର୍ଥୀ/ପ୍ରାର୍ଥିନୀ ତଥା ଅଧ୍ୟକ୍ଷା ଭାବେ ଛିଡ଼ା ହୋଇଥିବା ବିଜୁଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ଙ୍କ ସକାଶେ ଭୋଟ ପ୍ରଚାର କରିବାକୁ ଆସିପହଞ୍ଚିଛନ୍ତି ।

ଆଜିକାର ରୋଡସୋ ତଥା ସମସ୍ତ ୱାର୍ଡ ରେ ଘରଘର ବୁଲି ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କ ପାଇଁ ଭୋଟ ଭିକ୍ଷା କରିବା ସଙ୍ଗେ ସଙ୍ଗେ ଜନତାଙ୍କ ଆଶୀର୍ବାଦ ନେଇଥିଲେ ।ଏ ପରିପ୍ରେକ୍ଷୀରେ, ପଦ୍ମପୁର ଅଞ୍ଚଳ ର ଜଣାଶୁଣା ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା, ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ,ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ବରଗଡ ଜିଲ୍ଲା ର ସଂଯୋଜକ ଶ୍ରୀଯୁକ୍ତ ଗୈାରହରି ମିଶ୍ର ପାଇକମାଲ ବ୍ଳକ ର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ମଧ୍ୟ ପ୍ରଚାର ମଇଦାନ ରେ ପ୍ରଚାର କରିବା ଦେଖିବାକୁ ମିଳିଥିଲା ।

ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.