Type Here to Get Search Results !

ବୟସ୍କ ଙ୍କୁ ମିଳିବ ଏୟାର ଇଣ୍ଡିଆ ରେ ୫୦% ରିହାତି

 


ନୂଆଦିଲ୍ଲୀ :-

ବୟସ୍କ ବ୍ୟକ୍ତିଙ୍କ ପାଇଁ ଏୟାର ଇଣ୍ଡିଆ ଆଣିଛି ବଡ଼ ଧରଣର ଆଫର୍। ୬୦ ବର୍ଷ ରୁ ଅଧିକ ଲୋକ ଙ୍କ ପାଇଁ ବିମାନ ସେବାରେ ମିଳିବ ୫୦% ଟିକେଟ ରିହାତି। ତେବେ ଆସନ୍ତୁ ଜାଣିବା ପୁରା ଖବର ଉପରେ।



ଆଜି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଏକ ବିଶେଷ ଅଧିକାର। ଆଜିଠାରୁ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏୟାର ଇଣ୍ଡିଆ ଭାରତର କୌଣସି ପ୍ରାନ୍ତ କୁ ଯାତ୍ରା କରିବାରେ ୫୦ ପ୍ରତିଶଦ ରିହାତି ଦେବା ନେଇ ଘୋଷଣା କରିଛି। କିନ୍ତୁ ଏଥିରେ କିଛି ସର୍ତ୍ତ ମଧ୍ୟ ରଖା ଯାଇଛି। ସେଗୁଡିକ ହେଲା, ବୟସ୍କ ବ୍ୟକ୍ତି ନିଜ ଆଇଡ କାର୍ଡ ଯେଉଁଥିରେ ନିଜ ବୟସ ଉଲ୍ଲେଖ ରହିଥିବ ତାହା ନେବା ବଧ୍ୟାତା ଅଟେ। ସେଗୁଡିକ ହେଲା, ପ୍ୟାନ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି ଇତ୍ୟାଦି। ସେହିପରି ଟିକେଟ ବୁକିଂ ହେଲାପରେ ତାହା ଆଉ କେନ୍ସଲ ହୋଇ ପାରିବନାହିଁ କିମ୍ବା ଜମାନତ ରାଶି ରିଫଣ୍ଡ ହୋଇ ପାରିବ ନାହିଁ । ଯାତ୍ରା ର ତିନିଦିନ ପୂର୍ବରୁ ଟିକେଟ ଅଗ୍ରୀମ ବୁକ୍ କରି ପାରିବେ। ଯଦି କୌଣସି ବୟସ୍କ ଯାତ୍ରୀ ବୋର୍ଡିଂ ଗେଟ୍ ରେ ନିଜ ପରିଚୟ ପତ୍ର ଦେଖାଇ ପାରିବେନି ତେବେ ସାଧାରଣ ଯାତ୍ରୀ ଟିକେଟ ଟଙ୍କା ଦେବାକୁ ପଡିବ। ତେବେ ସେ ଯାହାବି ହେଉ ଜଣେ ସାଧାରଣ ବୟସ୍କ ବ୍ୟକ୍ତି ଙ୍କ ପାଇଁ ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ ଏହି ଅଫର ନିଶ୍ଚୟ ଉଲ୍ଲେଖନୀୟ ଅବଦାନ। ବ୍ୟୁରୋ ରିପୋର୍ଟ


Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.