Type Here to Get Search Results !

26 ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟିଲା ମଦ ବୋଝେଇ ଟ୍ରକ୍, ସୁଯୋଗ ଦେଖି ଲୋକେ ବୋହିନେଲେ ଵିଦେଶୀ ମଦ

 

ବଲାଙ୍ଗୀର :-

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବସଷ୍ଟାଣ୍ଡ ର ରଣା ଦେକାନ ନିକଟରେ ଗତକାଲି ବାଇକ ଚାଳକଙ୍କୁ ବଞ୍ଚେଇବାକୁ ଯାଇ ଏକ ମଦ ବୋଝେଇ ଟ୍ରକ୍ (ଓଆର ଓ3ଏ 7281) ଓଲଟି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଚାଳକ ଓ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଭିମଭୋଇ ମେଡ଼ିକାଲ କଲେଜ କୁ ପଠାଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ରେ ଥିବା କିଛି ବିଦେଶୀ ମଦ ବୋତଲ ଫାଟି ଯାଇଥିଲା। ଗାଡ଼ିଟି ଓଲଟି ଯାଇଥିବାରୁ ସ୍ଥାନୀୟ ଲୋକେ ମଦ ବୋତଲ କାଢ଼ି ନେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଦେଓଗାଁ ପୋଲିସ ଦେଖଣାହାରୀ ପାଲଟିଥିଲା ।



ଦେଓଗାଁର ଜଣେ ବ୍ୟକ୍ତି ତାଙ୍କ ବୁଲେଟ ବାଇକ୍ ଯୋଗେ ଜାତୀୟ ରାଜପଥ ୨୬ ଦେଇ ଯାଉଥିଲେ। ରାସ୍ତା ଉପରେ ଅଚାନକ ଏକ ଟ୍ରକ୍ ଓ ଏକ ବସ୍‌କୁ ଦେଖି ସେ ରାସ୍ତା ମଝିରେ ଅଟକି ଯାଇଥିଲେ। ବସ୍‌ଟି ରାସ୍ତା କଡ଼ ଦେଇ ଚାଲିଯାଇଥିଲା। ହେଳେ ଭୁତିଆରବାହାଲ୍ ପଟରୁ ଆସୁଥିବା ମଦବୋଝେଇ ଟ୍ରକ୍‌ର ଚାଳକ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ସମୟରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଏହି ଟ୍ରକ୍‌ଟି ପାଟଣାଗଡ଼ ଅଞ୍ଚଳରୁ ତୁଷୁରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ଦେଓଗାଁ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.