Type Here to Get Search Results !

ଆର୍ଥିକ ଦୁର୍ବଳ ଗରିବ ମହିଳାଙ୍କୁ ମାଗଣା ବିୟୁଟି ସେଲୁନ୍ ତାଲିମ୍ ଦେବେ ସ୍ନିଗ୍ଧା ପାଢ଼ୀ

 

ବଲାଙ୍ଗିର :- 

ଟିଟିଲାଗଡ଼ ସହର ସ୍ଥିତ ରଘୁନାଥ ପଡ଼ାରେ କରିଥିବା ଗ୍ଲାମର ଷ୍ଟୁଡିଓ ଲେଡ଼ିଜ ସେଲୁନ ଓ ଏକାଡେମୀର ମୁଖ୍ୟ କୁମାରୀ ସ୍ନିଗ୍ଧା ପାଢ଼ୀ ଆଗକୁ ଗରିବ, ମେଧାବୀ ତଥା ଆର୍ଥିକ ଅନାଗ୍ରସର ପରିବାରର ମହିଳା ମାନଙ୍କୁ ବିନା ଅର୍ଥରେ ମାଗଣାରେ ତାଲିମ ଦେବାକୁ ନିଷ୍ପତି ନେଇଛନ୍ତି । ତାଙ୍କର ଏହି ନିଷ୍ପତିକୁ ସ୍ନିଗ୍ଧା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ପରେ ଅନେକ ବ୍ୟକ୍ତି ତାଙ୍କ ଏହି ମହତ୍ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି । ସ୍ନିଗ୍ଧାଙ୍କ କହିବା କଥା ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ସୌନ୍ଦ୍ରୟ୍ୟା ସଲୋନ ସେଣ୍ଟର ଖୋଲିଥିଲେ ସେହି ସମୟରେ ଅନେକ ପ୍ରତିଭାବାନ ଛାତ୍ରୀ ମାନେ ଆର୍ଥିକ ଅଭାବ ଯୋଗୁଁ ଅଧବାଟରେ ନିଜ ଶିକ୍ଷା ଛାଡି ଦେଇଥିଲେ । ଆଜିର ସମାଜରେ ଲୋକେ ମଡେଲିଙ୍ଗ ଆଡକୁ ଢଳୁଥିବା ବେଳେ ଲୋକେ ଚାକଚକ୍ୟକୁ ବେଶ୍ ପ୍ରାଧାନ୍ୟ ଦେବାରେ ଲାଗିଛନ୍ତି । ବର୍ତ୍ତମାନ ବ୍ୟୁଟି ସେଲୁନ ଏକାଡେମୀ ରୋଜଗାରର ଏକ ମାଧ୍ୟମ ମଧ୍ୟ ପାଲଟି ଯାଇଛି । ଏଣୁ ସ୍ନିଗ୍ଧା ପାଢ଼ୀ ଗରିବ ଓ ମେଧାବୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼େଇବେ ବୋଳି ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଏହି ଶିକ୍ଷାକୁ ନେଇ ଏକ ଉଜ୍ଜଳମୟ ଭବିଷ୍ୟତ ଗଠନ କରିବାକୁ ଯୋଜନା ରଖିଛନ୍ତି ବା ଜୀବନଜୀବିକା ପାଇଁ ରୋଜଗାରର ପନ୍ଥା ଭାବରେ ବାଛିନେବେ ସେମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ଶିକ୍ଷା, ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସେ ଆଗେଇ ଆସିଛନ୍ତି । ମହିଳା ମାନେ ଏନେଇ ତାଙ୍କୁ ତାଙ୍କ ରଘୁନାଥ ପଡା ସ୍ଥିତ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ସେ ବିନତି କରିଛନ୍ତି । ଦୀର୍ଘ ବର୍ଷ ଧରି ବ୍ୟୁଟି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସ୍ନିଗ୍ଧା ପାଢ଼ୀ, ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ନିଜ କାମକୁ ନେଇ ସମ୍ମାନିତ ହେବା ସହ ଅନେକ ସଫଳତା ଲାଭ କରିଛନ୍ତି । ତେବେ ସେ ଗରିବ ତଥା ଆର୍ଥିକ ଅନଗ୍ରସର ମହିଳା ମାନଙ୍କ ପାଇଁ କିଛି କରିବାର ନିଶା ନେଇ ଏବେ ପଦାକୁ ଗୋଡ଼ କାଢ଼ିଛନ୍ତି ।କେବଳ ଏତିକି ନୁହେଁ ସେ ତାଙ୍କର ରୋଜଗାରରୁ ୨୦ ପ୍ରତିଶତ ମଧ୍ୟ ଗରିବ ମେଧାବୀ ଛାତ୍ରୀ ମାନଙ୍କ ପାଇଁ ବିନିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କର ଏହି ସେବା ମନୋଭାବକୁ ନେଇ ଏବେ ସେ ବେଶ୍ ପ୍ରଶଂସାର ପାତ୍ର ସାଜିଛନ୍ତି । ସେ ଗ୍ରାଜୁଏଟ ହେବାପରେ ସୁଇଜରଲ୍ୟାଣ୍ଡର ୟେକ ୟୁନିଭର୍ସିଟୀର ପୁନେ ସ୍ଥିତ ଏଲଟୀୟେ ଏକାଡେମୀରେ ସିଦେଷ୍କୋ ଡିପ୍ଲୋମା କୋର୍ସ କରିଥିଲେ । ଉଭୟ ଅନଲାଇନ ଏବଂ ଅଫଲାଇନ ଟ୍ରେନିଙ୍ଗରେ ରାଜ୍ୟ ଏବଂ ଦେଶର ଅନେକ ସ୍ଥାନରୁ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେଇ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ।ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.