ବଲାଙ୍ଗୀର :-
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା , କଣ୍ଟାବାଞ୍ଜି ଏଡିଜେ କୋର୍ଟ ରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଶ୍ୟାମ ଚଣ୍ଡୀ ।
ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତକାଲି କଣ୍ଟାବାଞ୍ଜି କୋର୍ଟରେ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରୁ ଚାର୍ଟସିଟ ଦାଖଲ ହେବାପରେ ମାମଲାର ବିଚାର କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟକୁ ସ୍ଥାନାନ୍ତରୀତ ହୋଇଛି। ବୁଧବାର ଠାରୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋବିନ୍ଦ ସାହୁଙ୍କ ଓକିଲ ଭାବେ ଭବାନୀପାଟଣାର ବରିଷ୍ଠ ଆଇନଜୀବୀ ଦୁର୍ଗା ପାଢ଼ୀ ଲଢ଼ୁଥିବା ବେଳେ ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୧ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମଙ୍କୁ ହାଜର କରାଯାଇଥିବାବେଳେ ନିଜ ଓକିଲ ମଧ୍ୟ ବଦଳାଇଛନ୍ତି ।ଏହି ଵିସୟ ଟି ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।
