Type Here to Get Search Results !

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

 

ବରଗଡ଼ : -

 ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମ ରେ ବନ ସୁରକ୍ଷା ସମିତି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବୁକୁରାମୁନ୍ଡା ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅନିତା ଭୋଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।ଜିଲ୍ଲା ପରିବେଶ ସୁରକ୍ଷା ମଂଚ ସଂପାଦକ ମୀନକେତନ ସାହୁ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟରୁ ଜୀବଜଗତ ର ସୁରକ୍ଷା ପାଇଁ ଜଂଗଲ ଓ ପରିବେଶ ସୁରକ୍ଷା ରେ ମହିଳା ମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ ।ମୁଖ୍ୟ ବକ୍ତା ଭାବରେ SBM ଏରିଆ ମେନେଜର ଶ୍ରୀମତୀ ଝରଣା ପାଣିଗ୍ରାହୀ ଅଂଶଗ୍ରହଣ କରି ସୁରକ୍ଷିତ ଜୀବନ ଧାରଣ ସକାଶେ ଜୀବନ ବୀମା ର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ MBK ପୁଷ୍ପାଞ୍ଜଳୀ ଭୋଇ, CRPCM ଯାଜ୍ଞସେନୀ ଦେବତା,GPLF ସଭାନେତ୍ରୀ ଟିକେଶ୍ବରୀ ଦେବତା,ଗ୍ରାମ କମିଟି ସଭାପତି ଯୋଗେଶ୍ବର ପଧାନ, ୱାଡମେମ୍ବର ସଂଧ୍ୟାରାଣୀ ବରିହା ଓ ରମେଶ ବରିହା, ଗ୍ରାମ ର ମହିଳା ଓ ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ ।ବନ ସୁରକ୍ଷା ସମିତି ସଭାପତି କବିରାଜ ସାହୁ ସଭା ପରିଚାଳନା କରିଥିଲେ ।

ବରଗଡ଼ ଜିଲ୍ଲାରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.