ଝରିଗାଁ :-
ଝରୀଗାଁ ବ୍ଲକ ଫୁପୁଗାଁ ଠାରେ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ତେଵେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଫୁପୁଗାଁ ଗ୍ରାମର ଉମେଶ ଭତ୍ରା (35), ପିତା ଗୋପାଳ ଭତ୍ରା । ସୂଚନାନୁଯାୟୀ ସୋମବାର ଦିନ ରାତି ପ୍ରାୟ 9 ଟା ସମୟରୁ ଉମେଶ ଘରୁ କୁଆଡେ ଚାଲି ଯାଇଥିଲେ, ଓ ଘର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ୍ୟ ମିଳି ନଥିଲେ । ଶେଷରେ ଉମେଶ ଙ୍କ ମୃତଦେହ ରାସ୍ତା କଡର ଏକ ବର ଗଛରେ ଝୁଲୁ ଥିବାର ସକାଳୁ ସୌଛ ପାଇଁ ଯାଇଥିବା କିଛି ଲୋକଙ୍କ ନଜରରେ ପଡିଥିଲା । ଗ୍ରାମବାସୀ ଙ୍କ କହିବା ଅନୁଯାଇ ଉମେଶ ଓ ତାଙ୍କ ସ୍ତ୍ରୀ ସୋନାଦି ଭତ୍ରା ଉଭୟ ଙ୍କ ମଧ୍ୟରେ ସବୁବେଳେ ପାରିବାରିକ କଳାହ ଲାଗି ରହିଥାଏ ଓ ସେ ପୂର୍ବରୁ ମଧ୍ୟ୍ୟ ବହୁ ବାର ଆତ୍ମହତ୍ୟା କରିବାକୁ ଯାଇଛନ୍ତି । ସୋମବାର ରାତି ପ୍ରାୟ 9 ବେଳେ ଖାଇ ପି ଉମେଶ କେଉଁ ଆଡେ ଚାଲି ଯାଇ ଥିଲେ, ଓ ଘର ଲୋକଙ୍କ ଖୋଜା ଖୋଜି ପରେ ମଧ୍ୟ୍ୟ ମିଳି ନଥିବାର ଘର ଲୋକେ କହିଛନ୍ତି। ମଙ୍ଗଳ ବାର ସକାଳୁ କିଛିଲୋକେ ଶୌଚ ପାଇଁ ଯିବ ସମୟରେ ନିଜ ଗାଁ ଠାରୁ 300ମିଟର ଦୂର ରାସ୍ତା କଡର ଏକ ବର ଗଛରେ ଉମେଶ କୁ ଝୁଲୁ ଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏ ସମ୍ପର୍କରେ ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳ କୁ ଯାଇ ମୃତ ଦେହ ଉଦ୍ଧାର କରି ଥିଲେ ଏବଂ ଝରୀଗାଁ ଅଣାଯାଇଥିଲା ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ମୁତାବକ ପରିବାର ଲୋକଙ୍କ ଅଭିଯୋଗ କୁ ଭିତି କରି କେସ ନଂ 8/22 ଏକ ଅପ ମୃତ୍ୟୁ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଚଳେଇ ଥିବା ଜଣାଯାଇଛି ।
ନବରଙ୍ଗପୁର ରୁ ଗୋବିନ୍ଦ ବିଶ୍ବାସଙ୍କ ରିପୋର୍ଟ
