Type Here to Get Search Results !

ତେଲେନ ନଦୀ କାଳିବାହାଲ ବାଲିଘାଟରୁ ବାଲି ଉଠେଇବା ଓ ପରିବହନ କରିବା ବନ୍ଦ କରାଯାଉ


 ଝାରସୁଗୁଡ଼ା :-

କାଳିବାହାଲ ଗ୍ରାମବାସୀ, ସମ୍ମିଳିତ ଆଦିବାସୀ ସମାଜର କର୍ମକର୍ତ୍ତା ତଥା ସହଯୋଗୀ ବୃନ୍ଦଙ୍କ ଦାବି ଯେ ତେଲେନ ନଦୀ କାଳିବାହାଲ ବାଲିଘାଟରୁ ବାଲି ଉଠେଇବା ଓ ପରିବହନ କରିବା ବନ୍ଦ କରାଯାଉ । ଗତ ଫେବ୍ରୁଆରି ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ ଉଦ୍ଦେଷ୍ୟରେ କୋଲାବିରା ତହସିଲଦାର ସମ୍ମୁଖରେ ଉପସ୍ଥାପନ କରିଥିବା ଅଭିଯୋଗର ଇତି ମଧ୍ୟରେ ଫଇସଲାର ଶୁଣାଣି ହୋଇନ ଥିବା କିମ୍ବା କୌଣସି ବିଚାର ହୋଇନଥିବା ବେଳେ ଗତ ୫ ତାରିଖ ଦିନ ସମ୍ପୃକ୍ତ ଠିକାଦାର ଦଶ ଚକିଆ ଟ୍ରକ ସହିତ JCB ମେସିନ ଧରି କଳିବାହାଲଠାରେ ଅବସ୍ଥିତ ତେଲେନ ନଦୀ ବାଲିଘାଟକୁ ବାଲି ନେବା ପାଇଁ ଆସିଥିଲା। ଗ୍ରାମବସି ବିରୋଧ କରିବାରୁ ଫେରିଯାଇଥିଲା। ଗଣତନ୍ତ୍ର ଦେଶରେ ସାଧାରଣ ନିରୀହ ଗ୍ରାମବାସୀଙ୍କଉପରେ ଏହିପରି ବେନିୟମ ଭାବେ ଚଢ଼ାଉ କରି ଭୟଭୀତ କରାଇବା ନିଶ୍ଚିତ ଭାବେ ଧର୍ତ୍ତବ୍ୟ ଅପରାଧ ଅଟେ। ସେଥିପାଇଁ ଗ୍ରାମବାସୀ ଭୟଭୀତ ହୋଇ ପୁଣି ଥରେ ଜଣାଇଛନ୍ତି।ତେଲେନ ନଦୀର କାଳିବାହାଲ ବାଲି ଘାଟରୁ ବାଲି ଉଠେଇବା ପାଇଁ ସମ୍ବଲପୁରର କେଉଁ ଏକ ଜନୈକ ଠିକାଦାରଙ୍କୁ ଦିଆଯାଇଛି ବୋଲି ଜଣାଯାଉଛି। ସଂପୃକ୍ତ ଠିକାଦାରଙ୍କ ନାମ ଆମେ ଜାଣି ନାହୁଁ। କିନ୍ତୁ ଠିକାଦାର କିଛି ଗୁଣ୍ଡା ଆଣି କାଳିବାହାଲ ରାସ୍ତା ସାଇଡ଼ର ଗଛଗୁଡିକ ଅନୈତିକ ଭାବରେ କାଟିଛନ୍ତି ଓ ବାଲି ପରିବହନ ପାଇଁ ସରକାରୀ ଜମି, ବେସରକାରୀ ଜମି ଓ ଗୋଚର ଜମି ଉପରେ ରାସ୍ତା ତିଆରି କରିଛନ୍ତି। ସେହି ସମୟରେ କାଳିବାହାଲ ଗ୍ରାମବାସୀ ଏହି ବିଷୟରେ ଜାଣିବା ପାଇଁ ସଂପୃକ୍ତ ଠିକାଦାରକୁ ପଚରା ଉଚରା କରିଥିଲେ। ଠିକାଦାର ଗ୍ରାମର ମହିଳାମାନଙ୍କୁ ଦୁର୍ବ୍ୟବହାର କଲେ ଓ କହିଲେ ଏହି ବାଲି ତ୍ରିସ୍ତରୀୟ ପଞ୍ଚାୟତୀରାଜ ନିର୍ବାଚନ ସରିଲା ପରେ ଜୋର ଜବରଦସ୍ତି ଉଠେଇ ନେବି, ତମର ଏଥିରେ କିଛି କହିବାର ନାହିଁ। ତହସିଲଦାର ଓ ପୋଲିସ ପ୍ରଶାସନ ମୋ ହାତରେ ଅଛନ୍ତି। ଗ୍ରାମବାସୀ କାଗଜପତ୍ର ଦେଖାଇବା ପାଇଁ କହିଲେ ଏହାର ପ୍ରତିଉତ୍ତରରେ ଜନୈକ ଠିକାଦାର ମୋ ବିରୋଧରେ ଗଲେ ତମକୁ ଥାନାରେ ପୁରେଇଦେବୀ ବୋଲି ଧମକେଇଲେ ଓ ଅସଭ୍ୟ ଭାଷାରେ ଗାଲିଗୁଲଜ କଲେ। କାଳିବାହାଲ ଏକ ସଂପୂର୍ଣ୍ଣ ଆଦିବାସୀ ଗ୍ରାମ। ଏମାନଙ୍କୁ ଅସଭ୍ୟ ଭାଷାରେ ଗାଲିଦେବା ଓ ଧମକେଇବା କେତେ ଯୁକ୍ତିଯୁକ୍ତ। ଏହିପରି ଧାରାବାହିକ ଭାବରେ ଏହି ଗ୍ରାମର ଅଧିବାସୀଙ୍କୁ ହଇରାଣ ହରକତ କରିବା ଓ ଏହି ଅଞ୍ଚଳର ଲଘୁ ଖଣିଜ ସଂପଦ, ବାଲିଘାଟ, ଜଙ୍ଗଲ ଜମିକୁ ଅନୈତିକ ଭାବରେ ଅସାଧୁ, ଠକ, ଗୁଣ୍ଡା ବ୍ୟବସାୟୀଙ୍କ ହାତରେ ଟେକିଦେବା ଅସାମ୍ବିଧାନିକ ଅଟେ।ଆପଣ ଭଲ ଭାବରେ ଅବଗତ ଅଛନ୍ତି “ଦେଶର ସମ୍ବିଧାନର ଧାରା ୨୪୩ (ବି)ରେ ଉଲ୍ଲେଖ ଅଛି ଯେ ପଞ୍ଚାୟତୀରାଜ ବ୍ୟବସ୍ଥାର “ଗ୍ରାମସଭା” ଏକ ସର୍ବନିମ୍ନ ସ୍ତରର ପ୍ରଥମ ସଂସ୍ଥା। ଏହା ଏକ ସ୍ଥାୟୀ ସଂସ୍ଥା ଅଟେ। ସେହି ଗ୍ରାମର ୧୮ ବର୍ଷରୁ ଉର୍ଦ୍ଧ ସମସ୍ତେ ଗ୍ରାମସଭାର ସ୍ଥାୟୀ ସଭ୍ୟ ଅଟନ୍ତି। ଏହି ଗ୍ରାମସଭା ଜରିଆରେ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟ ପରିଚାଳିତ ହେଇଥିବାବେଳେ ତାର ତଦାରଖ ଓ ମନିଟରିଙ୍ଗ କରିବାର କ୍ଷମତା ରହିଛି। ସର୍ବୋପରି ପଞ୍ଚାୟତର ସମସ୍ତ ନିତୀଗତ ନିଷ୍ପତ୍ତି ଗ୍ରାମସଭା ଜରିଆରେ ହେବାପାଇଁ ନିୟମ ଅଛି। ଗ୍ରାମସଭାର ନିଷ୍ପତ୍ତି ବିନା କୌଣସି ଅଫିସିଆଲ ନିଷ୍ପତ୍ତି ବୈଧନୁହେଁ।” 

ଆଜି ସମ୍ମିଳିତ ଆଦିବାସୀ ସମାଜର କର୍ମକର୍ତ୍ତା ଙ୍କ ପକ୍ଷରୁ ରଖା ଯାଇଥିବା ଦାବି ଗୁଡ଼ିକ ହେଲା : ତେଲେନ ନଦୀ କାଳିବାହାଲ ବାଲିଘାଟକୁ ବନ୍ଦ କରାଯାଉ। ବାଲିଘାଟରୁ ବାଲି ଉଠେଇବା ଓ ପରିବହନ କରିବା ବନ୍ଦ କରାଯାଉ। ଯାହା ଫଳରେ ଛୋଟ ଛୋଟ ପିଲାମାନେ ଦୁର୍ଘଟଣାରୁ ବଞ୍ଚିତ ହେବେ, ଏହି ଅଞ୍ଚଳର ପ୍ରଦୁଷଣ ଆଦି ମୁକ୍ତ ରହିବ। ଜନୈକ ଠିକାଦାର ଏହି ଗ୍ରାମର ଆଦିବାସୀ ମହିଳାମାନଙ୍କୁ କରିଥିବା ଦୁର୍ବ୍ୟବହାର, ଅସଭ୍ୟ ଗାଲି ଓ ଧମକେଇବା ବିରୋଧରେ ଥାନାରେ FIR ଦିଆଯାଉ। ଯଦି ଏହି ବାଲିଘାଟର ଲିଜ୍ ବିନା ଗ୍ରାମ ସଭାରେ ଦିଆଯାଇଛି ତାହା ବେଆଇନ। ଏହାର ତଦନ୍ତ କରି ସଂପୃକ୍ତ ତହସିଲଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବେନିୟମ ଭାବରେ କଟା ହୋଇଥିବା ଗଛ ଓ ସରକାରୀ ଜମିରେ ଅନୈତିକ ଭାବରେ ଖୋଲା ହୋଇଥିବା ମାଟିର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସମ୍ମିଳିତ ଆଦିବାସୀ ସମାଜ ବାରମ୍ବାର ବିଭିନ୍ନ ହକ ଅଧିକାର ଉପରେ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କୌଣସି ଉତ୍ତର ଜିଲ୍ଲା ପ୍ରଶାସନଠାରୁ ମିଳୁନାହିଁ। ଏହା କେତେ ଦୁର ଯୁକ୍ତିଯୁକ୍ତ। ସମ୍ମିଳିତ ଆଦିବାସୀ ସମାଜ ୨୦୧୫ ମସିହାରୁ ଉପସ୍ଥାପନ କରିଥିବା ଦାବି ଗୁଡିକ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଗୁଡିକର ଉତ୍ତର ୧୫ ଦିନ ମଧ୍ୟରେ ନଦେଲେ ସବୁ ଗୁଡିକ ରାଜ୍ୟ ସ୍ତରୀୟ, କେନ୍ଦ୍ର ସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଉଚ୍ଚ ପଦସ୍ଥ ଅଭିଯୋଗ ପ୍ରକୋଷ୍ଠଠାରେ ଆପତ୍ତି ଜଣାଇବାପାଇଁ ବାଧ୍ୟ ହେବେ। ଏହି ଦାବିଗୁଡିକ ପୁଣିଥରେ ଯାଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କ ଠାରେ ଉପସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

 ଏହି ସଭାରେ ମହେନ୍ଦ୍ର ନାଏକ, ମୁଖ୍ୟଉପଦେଷ୍ଟା, ସମ୍ମିଳିତ ଆଦିବାସୀ ସାମାଜ, ଜାହ୍ନବୀ , ପରମାଣପୁର ସରପଞ୍ଚ, ସୁକାନ୍ତି କିଷାନ, ଚିନ୍ତାମଣି କାଲୋ, ଲିଙ୍ଗରାଜ ପ୍ରଧାନ, ମହାସଚିବ, ସମ୍ମିଳିତ ଆଦିବାସୀ ସାମାଜ, ବିନୋଦିନି କିଷାନ, ପଦ୍ମା କିଷାନ, ବୃନ୍ଦାବତୀ କିଷାନ, କୈଶଲ୍ୟା କିଷାନ, ଆଞ୍ଜେ କିଷାନ, ଶ୍ରୀନାଙ୍ଗଲା କିଷାନ, ଅନିଲ ପ୍ରଧାନ, ବିରଞ୍ଚି କିଷାନ, କେଶବ ଭୋଇ, ସୁରେନ୍ଦ୍ର ପ୍ରଧାନ, ସାଗର ବାଘ, ଭିଦମା କିଷାନ, ଉମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.