Type Here to Get Search Results !

ମାର୍ଶାଘାଇ ପୋଲିସ କୁ ମିଳିଛି ବଡ ସଫଳତା


ମାର୍ଶାଘାଇ :-

 ମାର୍ଶାଘାଇ ପୋଲିସର ବିରାଟ ସଫଳତା । କେନ୍ଦ୍ରୀୟ ପଣ୍ୟାଗାର ଗୋଦାମ ,ମଶାକଣି ଠାରେ ସଂଗଠିତ ହତ୍ୟାକାଣ୍ଡର ୩୬ ଘଣ୍ଟା ମଧ୍ୟରେ ରହସ୍ୟ ଉପରୁ ପରଦା ଉଠାଇବା ସହ ଦୁଇ ଆସାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସୂଚନାରୁ ପ୍ରକାଶ ,ରାଜମିସ୍ତ୍ରୀ କାମ କରୁଥିବା ବାଲେଶ୍ଵରର ରାମଚନ୍ଦ୍ର ଘଡ଼ାଇ ଓରଫ କାଳିଆ କୁ ଗତ ୨୭ ତାରିଖ ରାତିରେ ତାଙ୍କ ସହିତ ଶ୍ରମିକ ଭାବେ କାମ କରୁଥିବା ନୟାଗଡର ନାରାୟଣ ନାୟକ ଓରଫ ଲିପୁ ଏବଂ ରଣଜିତ୍ ନାୟକ ଓରଫ କଂସା  ନିର୍ମମ ଭାବେ ଶାବଳ,ହାତୁଡ଼ି ସାହାଯ୍ୟରେ ହତ୍ୟା କରି ବାଲିରେ ପୋତି ଫେରାର ହୋଇଯାଇଥିଲେ ।  ମାର୍ଶାଘାଇ ଥାନାରେ ଏ ନେଇ ଅଭିଯୋଗ ହେବାପରେ ( କେଶ୍ ନଂ:-୬୮ ,୦୧ ମାର୍ଚ୍ଚ ୨୦୨୨) ଥାନା ଅଧିକାରୀ ପି କେ କାନୁନଗୋ ଏବଂ ସବଇନ୍ସପେକ୍ଟର ଦେବାଶିଷ ପଣ୍ଡା ଅଜଣା ମୃତ ଦେହ ଉଦ୍ଧାର କରି ତଦନ୍ତ କରିବା ସହ ୩୬ ଘଣ୍ଟା ମଧ୍ୟରେ ଆସାମୀ ମାନଙ୍କୁ  ଗିରଫ କରି ଭାରତୀୟ ପିଙ୍ଗଳ କୋଡ଼ ଦଫା ,୩୦୨ ,୨୦୧ ,୩୪  ରେ କୋର୍ଟ ଚାଲାଣ କରିଛନ୍ତି । କେନ୍ଦ୍ରାପଡ଼ାରୁ ଜିଲ୍ଲା ମୁଖ୍ୟ ନିରଞ୍ଜନ ଓଝା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.