Type Here to Get Search Results !

ଦେଶୀ ଓ ବିଦେଶୀ ମଦ ଜବତ ସହ ପାଞ୍ଚ ଜଣ ଗିରଫ


ଧାମନଗର :-

ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବଳ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜାର, ଧୁଷୁରୀ ବଜାର, ଅସୁରାଳି ଓ କୋଠାର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୧୫.୩୦୦ ଲିଟର ବିଦେଶୀ ମଦ ଏବଂ ୧୧ ଲିଟର ଆସ୍କା ଫର୍ଟି ଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ଗ୍ରାମର ମାଧବ ମଳିକ,ଗାନ୍ଧୀଘାଟ ଶାସନ ଗ୍ରାମର ଅରୁଣ କୁମାର ବେହେରା,ବ୍ରାହ୍ମଣୀପାଳ ଗ୍ରାମର ଉତ୍ତମ କୁମାର ନାୟକ,ଅସୁରାଳି ଗ୍ରାମର ରାଜେନ୍ଦ୍ର ପାତ୍ର ଓ ଜୀତେନ୍ଦ୍ର କବି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢାଉରେ ସହ-ଉପନିରୀକ୍ଷକ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଶିବପ୍ରସାଦ ସାହୁ ,ପ୍ରଦୀପ ମଲ୍ଲିକ, ଅନବାଦିତ୍ୟ ବାରିକ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.