Type Here to Get Search Results !

ପିପୂଲ୍ସ୍ ଫୋରମ୍ ର ହୋଲିକେ ରଙ୍ଗ ଆପକେ ସଙ୍ଗ କାର୍ଯ୍ୟକ୍ରମ


ଝାରସୁଗୁଡ଼ା :-

ଝାରସୁଗୁଡ଼ା ସ୍ଥିତ ମାନସିକ ରୋଗୀ ମାନଙ୍କ ଚିକିତ୍ସା ଓ ଥଇଥାନ କେନ୍ଦ୍ର ମିଶନ ଆଶ୍ରା , ମିଶନ ଆଶାଲୋକ ଓ ନିଶାନିବାରଣ କେନ୍ଦ୍ର ପିପୁଲ୍ସ୍ ଫୋରମ୍ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ହୋଲିକେ ରଙ୍ଗ ଆପକେ ସଙ୍ଗ ଅନୁଷ୍ଠିତ ହୋଇଥିଲା । ଅନ୍ତେବାସୀ ଓ କର୍ମଚାରି ମାନେ ପରସ୍ପରକୁ ବିଭିନ୍ନ ପ୍ରକାରର ରଙ୍ଗ ଓ ଅଭିର ଲଗାଇ ଆନନ୍ଦ ଉଲ୍ଲାସରେ ସହ ଖେଳିଥିବା ବେଳେ ସେମାନଙ୍କ ସହ ସାମିଲ୍ ହୋଇଥିଲେ ପ୍ରଶାସନିକ ଅଧିକାରୀ, ବହୁ ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା । 


ଅନ୍ୟମାନଙ୍କ ମଧ୍ୟ ରେ ଝାରସୁଗୁଡ଼ା ର ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରା, କବି ତଥା ଶିକ୍ଷାବତ୍ ମନ୍ଦାକିନୀ ଶତପଥୀ, ସମାଜ ସେବୀ ଓ ଶିକ୍ଷାବିତ କବିତା ପଣ୍ଡା, ଏଲ୍ ଏନ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର ପଣ୍ଡା, ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇ ଅନ୍ତେବାସୀମାନଙ୍କ ସହ ରଙ୍ଗ ଲଗାଇ ଗୀତ ତାଳେ ତାଳେ ନୂତ୍ୟ କରିଥିଲେ।  ବର୍ତମାନ ମିସନ୍ ଆଶ୍ରା ରେ ୧୭୬ ଜଣ, ମିଶନ ଆଶାଲୋକ (ପୁରୁଷ ବିଭାଗ) ରେ ୧୦୧ ଜଣ, ନିଶାନିବାରଣ କେନ୍ଦ୍ର ରେ ୩୪ ଜଣ ଓ ବୃଦ୍ଧା ଆଶ୍ରମ ରେ ୫୨ ଜଣ ଅନ୍ତେବାସୀ ଚିକିତ୍ସିତ ହଉଛନ୍ତି।ଏହି ଅବସରରେ ଅନ୍ତେବାସି ଓ କର୍ମଚାରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ମଧ୍ୟ କରାଯାଇଥିଲା।


 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନ୍ୟାନ୍ୟ ତିନି କେନ୍ଦ୍ର ରେ ଯଥା ମିଶନ ଆଶାଲୋକ (ମାନସିକ ରୋଗ ପୁରୁଷ ବିଭାଗ ) ବଡ଼ମାଲ, ନିଶାନିବାରଣ କେନ୍ଦ୍ର ସୁଲଦିଆପଡ଼ା ଓ ବୃଦ୍ଧାଶ୍ରମ ଗୋବିନ୍ଦପୁର ଠାରେ ପୃଥକ୍ ପୃଥକ୍ ଭାବେ ହୋଲି ପର୍ବ ବହୁତ୍ ଧୁମ୍ ଧାମରେ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପିପୁଲସ ଫୋରମ୍ ପଶ୍ଚିମ ଓଡ଼ିଶା ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ବିନୋଦ କୁମାର ମିଶ୍ର ଓ କର୍ମଚାରୀ ମାନେ ଆୟୋଜନ କରିଥିଲେ ବୋଲି ପିପୁଲସ୍ ଫୋରମ୍ କାର୍ଯ୍ୟକାରୀ ମୁଖ୍ୟ ସଞ୍ଜୟ ଜେଠୀ ପ୍ରକାଶ କରିଛନ୍ତି। ପରିଶେଷରେ ସଂସ୍ଥା ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.