Type Here to Get Search Results !

କମ୍ପାନୀ ବିରୋଧ ନିୟୂଜ କରି ଫସିଗଲେ ସାମ୍ବାଦିକ

 


ସମ୍ବଲପୁର :-

ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ମିଛ କେଶ୍ ଏକ ପ୍ରକାରର ସାଧାରଣ ଘଟଣା ହୋଇ ଯାଇଛି। କହିବାକୁ ଗଲେ ଏହା ଏକ ପ୍ରକାରର ଗଣତନ୍ତ୍ର ର କଣ୍ଠ ରୋଧ କରିବା କିଛି କୁଚକ୍ରନ୍ତକାରି ଙ୍କ କାର୍ଯ୍ୟରେ ପରିଣତ ହୋଇ ଯାଇଛି। ଏହାସହ ପୋଲିସ ପ୍ରଶାସନ କରୁଛି ଏଭଳି ଦଲାଲ ମାନଙ୍କୁ ସାହାଯ୍ୟ। ଗଣତନ୍ତ୍ର ଯେପରି ମରିସାରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ହିର୍ମା ଅଞ୍ଚଳରେ।

ହେମନ୍ତ ରାଉତ ନାମକ ଜନୈକ ସାମ୍ବାଦିକ ଙ୍କୁ ବିନା କାରଣରେ ବିଭିନ୍ନ ଦଫା ଲଗାଇ ଅଯଥାରେ ଫସେଇ ଦେଇଛି ପୋଲିସ। ଘଟଣାରୁ ପ୍ରକାଶ , ହେମନ୍ତ ନିଜ ଅଞ୍ଚଳର ଜନୈକ କମ୍ପାନୀ NLC ବିରୋଧରେ ପ୍ରତିବାଦ୍ ଜଣେଇବା ସହ ସ୍ଥାନୀୟ ନିଯୁକ୍ତି , ପ୍ରଦୂଷଣମୁକ୍ତ ଆଦି ଦାବିରେ ବାରମ୍ବାର ଖବର ପ୍ରସାରଣ କରି ଚାଲିଥିଲେ। ତେବେ ଏ ନେଇ ଉକ୍ତ କମ୍ପାନୀ କତୃପକ୍ଷ ମିଛ କେଶ୍ କରି ପୋଲିସ ସହାୟତା ରେ ଗତ ମାର୍ଚ୍ଚ ୮ ତାରିଖରେ ହେମନ୍ତ ଓ ତାଙ୍କ କିଛି ସହଯୋଗୀଙ୍କୁ ଉଠାଇ ନେଇଥିଲା। ତେବେ ସହଯୋଗୀ ମାନଙ୍କୁ ଛାଡ଼ି ଦେଇଥିବା ବେଳେ ଆକ୍ରୋଶ ମୂଳକ ଭାବେ ହେମନ୍ତ ଙ୍କୁ ଛାଡି ନ ଥିଲା। ତେବେ ଏ ଏନେଇ ସମ୍ବଲପୁର ସାମ୍ବାଦିକ ସଂଘ ଏହାର ପ୍ରତିବାଦ କରିଥିବା ସହ ହେମନ୍ତ ଙ୍କୁ ନିଃସର୍ତ ଖଲାସ କରନ୍ତୁ ବୋଲି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ଏ ଯାଏଁ କାହିଁକି ପ୍ରଶାସନ ଚୁପ୍ ବସିଛି ତାହା ବହୁତ୍ ବଡ ଗୁମର କଥା। ତେବେ ଯେଉଁଠି ସାମ୍ବାଦିକ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଫାଇଲ ରେ ନିୟମ ଉପରେ ନିୟମ ବନେଇ ଚାଲିଛନ୍ତି ସେଠି ସାମ୍ବାଦିକମାନଙ୍କୁ ବାରମ୍ବାର କିଛି ଦଲାଲ ଙ୍କ ପ୍ରରୋଚନାରେ ରେ ପୋଲିସ ପକ୍ଷରୁ ଭୁଲ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସରକାରଙ୍କ ନୀତିକୁ ଆଙ୍ଗୁଠି ଉଠାଉଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.