Type Here to Get Search Results !

ବିଜେପିର ସାମ୍ବାଦିକ ସମ୍ମିଳନୀ


ପଦ୍ମପୁର :-

ଭଷ୍ଟାଚାର ମୁକ୍ତ ଏନଏସି ଗଠନ ସହ ଓଡ଼ିଶାର ୧ ନମ୍ବର ସହର ଭାବେ ପଦ୍ମପୁର କୁ ନିର୍ମାଣ କରିଦେବ ବୋଲି ପଦ୍ମପୁର ରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ପୌର ପରିଷଦ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ରଞ୍ଜୁ ସେଠ ମତବ୍ୟକ୍ତ କରିଛନ୍ତି । ଶ୍ରୀମତୀ ସେଠ ସାମ୍ବାଦିକ ମାନଙ୍କୁ କହିଲେ ଯେ,ପଦ୍ମପୁର ସହର ରେ ସବୁଠୁଁ ବେଶୀ ପାନୀୟ ଜଳର ସମସ୍ଯା ଅଛି,ମାଁ ମାନେ ପିଇବା ପାଣି ପାଇଁ ବ୍ୟାକୁଳ ଅଛନ୍ତି । ୧୫ ବର୍ଷ ଧରି ପୌର ପରିଷଦ ଦଖଲ କରିଥିବା ବିଜୁ ଜନତାଦଳ ପିଇବା ପାଣିର ବ୍ଯବସ୍ଥା କଲା ନାହିଁ,ପ୍ରଥମେ ପଦ୍ମପୁର ର ପାଣିର ସମସ୍ଯା ଦୂର କରାଯିବ ବୋଲି ଶ୍ରୀମତୀ ସେଠ ଘୋଷଣା କରିଥିଲେ । ଏତଦ ସହ ଦୀର୍ଘ ବର୍ଷ ଧରି ସହରରେ ବସବାସ କରୁଥିବା ଭୂମିହୀନ ପରିବାର କୁ ୪ ଡିମି ଲେଖାଏଁ ଘରଡିହ ପ୍ରଦାନ,ପ୍ରତି ୱାର୍ଡରେ ଚାଉଳ ବଣ୍ଟନ,୬୦ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଭତ୍ତା ପ୍ରଦାନ,ବନ୍ଧ କଟାର ପୁନରୁଦ୍ଧାର କଥା ସେ ପ୍ରକାଶ କରିଥିଲେ । ପଦ୍ମପୁର ଏନଏସି କୁ ପିସି ମୁକ୍ତ କରି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ଅନୁଦାନ ଅର୍ଥ ସଦ ବିନିଯୋଗ କରାଯିବ । ବିଜୁ ଜନତାଦଳ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ବ୍ଯାପକ ମାତ୍ରାରେ ଟଙ୍କା କାରବାର କରୁଥିବା ସେ ଅଭିଯୋଗ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ନଗର ଛାତ୍ର ବିଜେଡିର ସଭାପତି ଶ୍ରୀ ରୋହିତ ସେଠ ବିଜେପିରେ ସାମିଲ ହୋଇଥିଲେ । ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ପଦ୍ମପୁର ନଗର ସଭାପତି ଶ୍ରୀ ସୁନୀଲ ଅଗ୍ରୱାଲ,ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ବରିଷ୍ଠ ବିଜେପି ନେତା ରାଜୁ ଘିବେଲା,ଅଶୋକ ମିଶ୍ର,ଶ୍ରୀକାନ୍ତ ପାଣିଗ୍ରାହୀ,ଜ୍ଯୋସ୍ନା କର,ଆଦିତ୍ଯ ରଥ,ହରି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.