Type Here to Get Search Results !

ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ:ଗଣଶିକ୍ଷା ବିଭାଗ MDM ୟୁନିଟ୍‌ ନୋଡାଲ ଅଫିସରଙ୍କ ଚିଠ


ଭୁବନେଶ୍ୱର :-

ଏପ୍ରିଲ୍‌ରୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ ଅଫିସର ଚିଠ ଲେଖିଛନ୍ତି । ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ଥିଲା । କୋଭିଡ ପରଠାରୁ ପିଏମ ପୋଷଣା ଯୋଜନା ଅନ୍ତର୍ଗତ ମଧ୍ୟାହ୍ନ ଭୋଜନରେ ଯେଉଁ ରନ୍ଧା ଖାଦ୍ୟ ପିଲାଙ୍କୁ ଦିଆଯାଉଥିଲା ତାହା ବନ୍ଦ ଥିଲା। ଫଳରେ ପିଲାଙ୍କୁ ଶୁଖିଲା ରାସନ ଦିଆଯାଉଥିଲା। ରନ୍ଧା ବାବଦ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ମିଳୁଥିଲା। ବର୍ତ୍ତମାନ ସ୍କୁଲ ଖୋଲିଛି। ତେଣୁ ରନ୍ଧାଖାଦ୍ୟ ପିଲାଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଛି। ଏଥିଲାଗି ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସ୍ବତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.