ଝାରସୁଗୁଡ଼ା / ବ୍ରଜରାଜନଗର :-
ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାଜପୂର ଗ୍ରାମ ଛକ ଉପରେ ଓଲଟି ପଡ଼ିଲା ଏକ ଇନ୍ଧନ ତେଲ ବୋଝେଇ ଟ୍ୟାଙ୍କର। ଏ ଘଟଣା ପରେ ସ୍ଥାନୀୟ ଅଂଚଳରେ କିଛିକ୍ଷଣ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଘଟଣା ଅନୁସାରେ, ଗନ୍ଧିଛକ ରୁ NTPC ପଟକୁ ଯାଉଥିବା ଇଣ୍ଡିଆନ୍ ଅଏଲ ର ଏକ ଟ୍ୟାଙ୍କର ରାଜପୁର ବୁଲାଣି ଠାରେ ଗାଡ଼ି ବୁଲାଉ ଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ନିକଟରେ ଥିବା ଏକ ନାଳି ମଧ୍ୟରେ ପଶି ଯାଇଥିଲା। ଏହାସହ ଗାଡ଼ିଟି ଅଧା ଓଲଟି ନିକଟରେ ଥିବା ଏକ ହୋଟେଲ୍ ଉପରକୁ ଆଉଜି ରହି ଯାଇଥିଲା। ତେବେ ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସନ୍ନ ବିପଦ କୁ ନେଇ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ନାଳୀ ରୁ ବାହାର ପାଇଁ ଆସୁଥିବା ସମୟରେ କ୍ରେନ ଟି ମଧ୍ୟ ରାସ୍ତା କଡ଼ରେ ଥିବା ଗଛ କୁ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି।
ରାସ୍ତା କାମ ଚାଲିଥିବାବେଳେ ଡ୍ରାଇଭର ଜଣକ ବୁଲାଣି କାଟି ନା ପାରିଥିବା ସୂଚନା ମିଳିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ



