ବଲାଙ୍ଗୀର :-
ବଲାଙ୍ଗୀର ଜିଲ୍ଲା ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳ ର ପୁନଃ କାର୍ଯ୍ଯକ୍ଷମ ଦାବୀ କରି ହେଉଥିବା ଆନ୍ଦୋଳନ 200 ଦିନରେ ପହଞ୍ଚିଛି । ଏହି ନ୍ଯାଯ୍ଯ ଦାବୀ ପ୍ରତି କେନ୍ଦ୍ର ସରକାର କି ରାଜ୍ୟ ସରକାର,କି ପ୍ରଶାସନିକ ଅଧିକାରୀ କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜିଲ୍ଲା ର ବିଭିନ୍ନ ଅଫିସ, ତହସିଲ , ବ୍ଳକ୍ ଓ ଜିଲ୍ଲା ଅଫିସ କୁ ଘେରାଉ କରାଯିବ ବୋଲି କୁହାଯାଇଥିଲା । ପୈର ନିର୍ବାଚନପାଇଁ ଚାଷୀ ସମାବେଶ ଘୁଞ୍ଚିଲା ଆଗାମୀ ମାର୍ଚ୍ଚ 28_03_22 ରେ ହେବାକୁ ଥିବା ଚାଷୀ ସମାବେଶକୁ ଏପ୍ରିଲ 28_04_22 ରେ ପୁଣି କରାଯିବ ବୋଲି କୁହାଯାଇଛି ।ଯେହେତୁ ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରଵଣ ଅନ୍ଚଲ ଜିଲ୍ଲା ରୁ ପ୍ରତୈକ ଦିନ ଦାଦନ ଶ୍ରମିକ ଭାବେ ଖଟିଵା ପାଇଁ ଵାହାର ରାଜ୍ୟ କୁ ଚାଲି ଯାଉଛନ୍ତି।ଆମ ଜିଲ୍ଲାରୁ ଏକ ମାତ୍ର ଚିନିକଳ ତାହା ମଧ୍ୟ ଵହୁ ଵର୍ଷ ହେଲା ଵନ୍ଦ ପଡିଛି ଏପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର କୈଣସି ନେତା ମନ୍ତ୍ରୀ ଙ୍କ ର ମଧ୍ୟ ଦୃଷ୍ଟି ଆକର୍ଷଣ ନାହିଁ। ଏହା ଦୁଃଖ ର ଵିସୟ । କିନ୍ତୁ ଭିଲେଜର ଇଣ୍ଡିଆ ପାଟି ର ଵିପିନ ଖୁସୁଳିୟା ଙ୍କ ନେତ୍ରୁତ୍ତ ରେ ବଲାଙ୍ଗୀର ଜିଲ୍ଲା ର ବହୁ ଗୁଡିଏ ସଂଗଠନ ପଶ୍ଚିମ ଓଡିଶା ସେଵା ସଙ୍ଘ, ଆଖୁଚାଷୀ ସଙ୍ଘ,ଆଦିବାସୀ ମହାସଂଘ, ଜୟ କିଷାନ ଆନ୍ଦୋଳନ ସଙ୍ଘ,ଅନୁସୁଚିତ ଜାତି କଲ୍ୟାଣ ମହାସଂଘ ଏହି ଅଭିଯାନରେ ସାମିଲ ଥିବା ଜଣାପଡୁଛି। ଆଗାମି ଦିନ ରେ ଆନ୍ଦୋଳନ ଵଡ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।ଏହି ଵିଷୟ ଟି ଜିଲ୍ଲାରେ ଚର୍ଚ୍ଚା କନ୍ଦ୍ରେଵିନ୍ଦୁ ପାଲଟିଛି। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ର ରିପୋର୍ଟ।

