ଲଇକେରା / ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ଲଇକେରା ପଞ୍ଚାୟତ ସ୍ଥିତ ପାନପାଲି ଠାରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ପ୍ରିୟମ୍ବଦା ବେହେରା ଙ୍କ ଦ୍ଵାରା ଆଜି ଏକ ଉଚ୍ଚ କୋଟିର କାର୍ଯ୍ୟ ସମ୍ପାଦନ ହୋଇଛି। ଆଜି ସରପଞ୍ଚ ଶ୍ରୀମତୀ ପ୍ରିୟମ୍ବଦା ଏବଂ ପଞ୍ଚାୟତ ର ଅନେକ ପୁରୁଷ ମହିଳା ମିଶି ନିଶା ନିବାରଣ ପାଇଁ ଏକ ସଚେତନ ବାର୍ତ୍ତା ଅଭିଯାନ ଆରମ୍ଭ କରିଛନ୍ତି। ପାନ, ବିଡି, ତମ୍ବାଖ, ମଦ, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ କିଭଳି ସ୍ବାସ୍ଥ୍ୟ କୁ ହାନୀ କରିଥାଏ ଏବଂ ବିଶେଷ କରି ମଦ ଦ୍ଵାରା କିଭଳି ସମାଜରେ ଅନେକ ସୁନା ଘର ଚୁନା ହେଉଛି ସେ ବିଷୟରେ ଅଞ୍ଚଳବାସୀ ଙ୍କୁ ସରପଞ୍ଚ ବୁଝାଇଥିଲେ। ସଂପୂଣ୍ଣ ପଞ୍ଚାୟତ କୁ ନିଶା ଠାରୁ କିଭଳି ଦୂରେଇ ହେବ ସେ ନେଇ ଏଠାରେ ଆଲୋଚନା ମଧ୍ୟ କରିଥିଲେ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

