ଧାମନଗର :-
ଆଜି ସର୍ଵ ଭାରତୀୟ ଟ୍ରେଡ଼ ୟୁନିଅନ ର ମିଳିତ ମଞ୍ଚ ପକ୍ଷରୁ ୪୮ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି.ଆଜି ଭାରତ ବନ୍ଦର ପ୍ରଭାବରେ ମାତ୍ର କିଛି ଅତ୍ୟାବଶ୍ୟକ ଦୋକାନଗୁଡ଼ିକୁ ବାଦ ଦେଇ ବେତାଳିଗାଁ,ଧୂଷୁରି , ଅସୁରାଳି ,ଦୋବଲ ବଜାର ସମେତ ଧାମନଗର ବଜାରରେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି.ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ଶାନ୍ତି ପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୮ ଓ ୨୯ ତାରିଖ ଭାରତ ବନ୍ଦ ଡାକରା ଦେଇଛି. ଜନତା ବଂଚାଅ, ଦେଶ ବଂଚାଅ ଓ ଚାଷୀ ବଂଚାଅ ନାରା ଦେଇ ବେକାରଙ୍କୁ ନିଯୁକ୍ତି, ଦରବୃଦ୍ଧି ବନ୍ଦ, ଶ୍ରମକୋଡ୍ ପ୍ରତ୍ୟାହାର, ସ୍କିମ୍ ଶ୍ରମିକ, ଚୁକ୍ତିଭିତ୍ତିକ, ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ତଥା କୃଷକ ମାନଙ୍କର ଦାବୀ ଆଦି ୧୨ ଦଫା ଦାବୀ ନେଇ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଧାମନଗର ରୁ କାହ୍ନୁ ଚରଣ ଜେନାଙ୍କ ରିପୋର୍ଟ

