Type Here to Get Search Results !

ଅନୈତିକ ବାଲି ଚାଲାଣ ସହ ହାତୀ ଚଲାପଥ ଅବରୋଧ, ଗ୍ରାମବାସୀ ଙ୍କ ବିରୋଧ


ଝାରସୁଗୁଡା :- 

କେନ୍ଦ୍ର ସରକାର କୋଲାବିରା ବ୍ଲକକୁ ଆଇଟିଡିଏର ଅନ୍ତର୍ଭୁକ୍ତ କରିବାପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ମାଗିଥିବା ବେଳେ ଆଦିବାସୀ ବହୁଳ କୋଲାବିରା ବ୍ଲକର ଭେଜିକୁଦ ଗ୍ରାମ ନିକଟ ତେଲେନନଦୀର ଗାଡ଼ିଘାଟଠାରୁ ଅନୈତିକ ବାଲି ଉଠାଣ ଯୋଗୁଁ ହାତୀ ଚଲାପଥ ଅବରୋଧ ହୋଇ ଏବେ ହାତୀମାନେ ଗ୍ରାମାଭିମୁଖି ହେବା ସହିତ ଜଳଜଙ୍ଗଲ ଜମି ଅଧିକାରରୁ ଆଦିବାସୀ ମାନଙ୍କୁ ଉଚ୍ଛେଦ କରାଯାଉଛି। ଜିଲ୍ଲା ପ୍ରଶାସନ ଅସାଧୁ ଠିକାଦାରମାନଙ୍କୁ ଅନୈତିକ ସହଯୋଗରେ ଏହି ଆଦିବାସୀ ବହୁଳ ଗ୍ରାମମାନଙ୍କର ଜଳ ଜଙ୍ଗଲ ଜମିକୁ ଟେକିଦେବା ଫଳରେ ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ, ଶିକ୍ଷାଗତ ଉନ୍ନତିରେ ବାଧାପ୍ରାପ୍ତ ହେଇଛି। ଆଶ୍ଚର୍ଯ୍ୟର ବିଷୟ କାଳି ଅର୍ଥାତ ମଙ୍ଗଳବାର ଦିନ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାଲି ଚୋରା ଚାଲାଣ ଚାଲିଥିବା ସମୟରେ ଭେଜିକୁଦ ଗ୍ରାମବାସୀ ହାଇୱ। ଗାଡ଼ି ସହିତ ଜେସିବି ମେସିନକୁ ଘେରି ଅଟକ ରଖିଛନ୍ତି। ଆଇନ ଅନୁଯାୟୀ କୌଣସି ବାଲି ଘାଟରୁ ମେସିନରେ ଲୋଡିଙ୍ଗ ଅନଲୋଡିଙ୍ଗ ଓ ହାଇୱ ଭଳି ଭାରିଯାନରେ ବାଲି ପରିବହନ କରିବା ନିଷେଧ ଅଛି। ଏହି ଗାଡ଼ିଘାଟରୁ ବାଲି ନଈ ଭିତରେ ପ୍ରାୟ ତିନି କିଲୋମିଟର ପରିବହନ ପରେ କୋଳାବିରା ହାଟ ପାଖରେ ନଈପଠା ଉପରକୁ ଉଠୁଛି। ଏହି ନଈ ଭିତରେ ଦିର୍ଘ ତିନି କିଲୋମିଟର ରାସ୍ତା ତିଆରି କରିବା ପାଇଁ ପ୍ରଦୁଷଣ ବିଭାଗ ଅନୁମତି ଦେଇଛନ୍ତି କି ନାହିଁ ଜଣାନାହିଁ। ସ୍ଥାନୀୟ ପୋଲିସ ପ୍ରଶାସନ ଓ ତହସିଲଦାର ଏହା ଉପରେ ଦୁଇ ତିନି ଦିନ ପୂର୍ବରୁ ଗ୍ରାମବାସୀମାନେ ଆଣିଥିବା ଅଭିଯୋଗ ଉପରେ ଠୋସ ପଦକ୍ଷେପ ନେଉନାହାନ୍ତି କାହିଁକି ବୋଲି ଗ୍ରାମବାସୀ ସମ୍ମିଳିତ ଆଦିବାସୀ ସାମାଜକୁ ଜଣାଇଛନ୍ତି। ପୂର୍ବରୁ ପରମାନପୁର ପଞ୍ଚାୟତର କାଳିବାହାଲଠାରେ ଭେଡେନ ନଦୀରୁ ଯୋରଜବରଜସ୍ତ ବାଲି ଉଠେଇବା ପାଇଁ ଅଭିଯାନ ଚାଲିଥିଲା। ଗ୍ରାମବାସୀଙ୍କର ତତ୍ପରତା ଯୋଗୁଁ ବର୍ତ୍ତମାନ ପାଇଁ ଶାନ୍ତ ରହିଛି। ଏହି ପରି ଭାବରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୋଳାବିରା ବ୍ଲକର ଉଭୟ ପୋଲିସ ଓ ବ୍ଲକ ପ୍ରଶାସନ ଅଣଦେଖା କରୁଛନ୍ତି। ଆଦିବାସୀମାନଙ୍କୁ ଅଯଥାରେ ଅନୈତିକ ଭବରେ ଆଇନ ଜାଲରେ ଛାଡିଦେବା ପାଇଁ ଷଡଯନ୍ତ୍ର ଚାଲିଛି। ତାର ବିରୋଧରେ ସମ୍ମିଳିତ ଆଦିବାସୀ ସମାଜ ଭରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶକ, ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ମୂଖ୍ୟ ଶାସନ ସଚିବ ତଥା ବିଧାନସଭାର ଅଭିଯୋଗ କମିଟିଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓ ଏହି ଦୁର୍ନୀତିରେ ସଂପୃକ୍ତ ଅଫିସରମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଆକାରରେ ସମ୍ମିଳିତ ଆଦିବାସୀ ସମାଜ ଜଣାଇବ ଓ ରାଜରାସ୍ତାକୁ ଓହ୍ଲେଇବ ବୋଲି ନିଷ୍ପତ୍ତି ନେଇଛନ୍ତି।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.