Type Here to Get Search Results !

ବିଶ୍ୱ ପଖାଳ ଦିବସ ପାଳିଲେ ରାଜଧାନୀ ଦିଲ୍ଲୀ ରେ ପ୍ରବାସୀ ଓଡ଼ିଆ



ନୂଆଦିଲ୍ଲୀ :-

 ଗତ ରବିବାର ଦିନ ରାଷ୍ଟୀୟ ରାଜଧାନୀ ଦିଲ୍ଲୀ ରେ ବିଶ୍ୱ ପଖାଳ ଦିବସ ପ୍ରାୟ ଅଧିକାଂଶ ଓଡ଼ିଆ ଙ୍କ ଘରେ ଘରେ ବ୍ୟକ୍ତିଗତ ଭାବେ ପାଳିତ ହୋଇଥିବା ବେଳେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ସଂଗଠନ ତଥା "ଦା ଇଣ୍ଟେଲେକ୍ଟସ" ପକ୍ଷରୁ ସ୍ଥାନୀୟ ଓଡିଶା ନିବାସ କ୍ୟାଣ୍ଟିନ ପରିସରରେ ଶ୍ରଦ୍ଧାର ସହ ଏହା ପାଳିତ ହୋଇଯାଇଛି। ଏଥିରେ ସଂଗଠନ ର ପ୍ରମୁଖ କର୍ମକର୍ତ୍ତା, ସେମାନଙ୍କର ପରିବାର ସଦସ୍ୟ, ସଦସ୍ୟା ଓ଼ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଏଥିରେ ଯୋଗଦେଇଥିଲେ। ଫୋରମ ର ଅଧକ୍ଷ ଦେବେନ୍ଦ୍ର ରାଉତ ଙ୍କ ଆବାହକତ୍ୱ ରେ ଆୟୋଜିତ ଏହି ପଖାଳ ଦିବସ କାର୍ଯ୍ୟକ୍ରମ ରେ ପୂର୍ବତନ କେନ୍ଦ୍ର ବୈଦେଶିକ ସଚୀବ ତଥା କବି ଅମରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ କେନ୍ଦ୍ର ର ବରିଷ୍ଠ ପ୍ରଶାସକ ତଥା କବି,ସାହିତ୍ୟିକ ଦେବୀ ପ୍ରସନ୍ନ ଦାସ, ଡ଼ଃ. ଆମ୍ବେଦକର ପ୍ରଥୀଷ୍ଠାନ ର ନିର୍ଦେଶକ ଡ଼ଃ ଦେବେନ୍ଦ୍ର ପ୍ରସାଦ ମାଝୀ ପ୍ରମୁଖ ଏଥିରେ ଯୋଗଦେଇ ଗାଁଗହଳି ର ଦୈନିନ୍ଦିନ ଖାଦ୍ୟ ସବୁରି ପ୍ରିୟ ପଖାଳ ସମ୍ପର୍କ ରେ ନିଜ ନିଜ ବକ୍ତବ୍ୟ ରଖି ଥିଲେ। ବିଶେଷକରି ଗ୍ରୀଷ୍ମ ଦିନେ ପଖାଳ ଶରୀର ପାଇଁ ଆବଶ୍ୟକ ଜଳୀୟ ଅଂଶ ପୂରଣ କରିଵା ସହ ଅଂଶୁଘାତ ଭଳି ବିପଦ ରୁ ରକ୍ଷା କରିଥାଏ ବୋଲି ମତବ୍ୟକ୍ତ କରିଥିିଲେ। ଆୟୋଜିତ କାର୍ଯ୍ୟକ୍ରମ ର ଆୟୋଜକ ତଥା ଫୋରମ ର ଅଧକ୍ଷ ଦେବେନ୍ଦ୍ର ରାଉତ ନିଜ ବ୍ୟକ୍ତବ୍ୟ ରେ କହିଥିଲେ କେଉଁ ଆବାହନକାଳ ରୁ ଓଡିଶା ର ପୁର ପଲ୍ଲୀ ରୁ ସହର,ଗରିବ ଠାରୁ ଧନୀ ଘରେ ପ୍ରଚଳିତ ହୋଇ ଆସୁଥିବା ତଥା ଓଡ଼ିଆ ଙ୍କ ଦୈନିନ୍ଦିନ ଜନଜୀବନ ସହ ପରିଚିତ ଥିବା ଆମର ପାରମ୍ପରିକ ପ୍ରିୟ ଖାଦ୍ୟ ପଖାଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଛପନ ଭୋଗ ର ଏକ ଅଂଶ ବିଶେଷ ହୋଇ ରହି ଆସିଥିବା ବେଳେ ଆମ୍ଭମାନଙ୍କ ପାଇଁ ଏହା ଅମୃତତୁଲ୍ୟ,ଆମ ସଂସ୍କୃତି, ଆମ ଐତିହ୍ୟ କୁ ଉଜ୍ଜୀବିତ କରି ରଖିଵା ସହ ଏହାକୁ ବଜାୟ ରଖିବା ର ମହାନ ଆଭିମୁଖ୍ୟ ନେଇ ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ଦା ଇଣ୍ଟଲେକ୍ଟସ ପଖାଳ ଦିବସ ସହ ବିଭନ୍ନ କାର୍ଯ୍ୟକ୍ରମ କରି ଦିଲ୍ଲୀ ରେ ଆମ ସଂସ୍କୃତି,ଆମ ପରମ୍ପରା ର ପରିଚୟ ସୃଷ୍ଟି କରିବା ଦିଗରେ ଫୋରମ ପ୍ରୟାସ ଜାରି ରଖିଛି ବୋଲି କହିଥିିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଙ୍କୁ ମଧ୍ୟlନ୍ନରେ ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ପଖାଳ ଭାତ ପରଷା ଯାଇ ସମସ୍ତ ଙ୍କୁ ଅପ୍ୟlୟତ କରାଯାଇଥିଲା।  କାର୍ଯ୍ୟକ୍ରମ କୁ ସ୍ମୁତିଧରା ରାଉତ,ଗାର୍ଗୀ ରାଉତ, ଶ୍ରଦ୍ଧା ବେଦାନ୍ତ, ରଶ୍ମିତା ଦାସ ରୋଜାଲିନ ମହାପାତ୍ର ଙ୍କ ସହ ଫୋରମ ର ଅନ୍ୟlନ୍ୟ ସଦସ୍ୟ, ସଦସ୍ୟl ଏହାକୁ ପରିଚାଳନା କରିଥିବା ଜଣାଯାଇଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.