Type Here to Get Search Results !

ସର୍ଭିସ୍ ବନ୍ଧୁକ ଫୁଟି ଗାଙ୍ଗପୁର ଆଇଆଇସି ମୃତ

 

ଆସିକା :-

ଯେଉଁ ବନ୍ଧୁକ ଦ୍ଵାରା ଚୋର ଡକାୟତ ଙ୍କୁ କାବୁ କରୁଥିଲେ ସେଇ ବନ୍ଧୁକ ଆଜି ସାଜିଲା କାଳ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ। ଗାଙ୍ଗପୁର ଆଇଆଇସି ଶ୍ରୀ ଦେବ କୁମାର ଗମାଙ୍ଗ ଙ୍କ ମୃତ୍ୟୁ ଘଟିଛି ନିଜ ସର୍ଭିସ୍ ରିବଲଭର ଫୁଟି। ତେବେ କେମିତି ଓ କେଉଁ କାରଣରୁ ଗୁଳି ଫୁଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଆହତ ଅବସ୍ଥାରେ ଆଇଆଇସି ଗମାଙ୍ଗ ଙ୍କୁ ଆସିକା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅଣ୍ଟା ରେ ଦୁଇଟି ଗୁଳି ବାଜିଥିବା ଖବର ମିଳିଛି। ତେବେ ଗୁଳି କିଭଳି ଫୁଟିଛି ଏବେ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି। ଗଞ୍ଜାମ ଜିଲ୍ଲାରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.