Type Here to Get Search Results !

୮ ବର୍ଷ ର ଶିଶୁ କନ୍ୟାକୁ ଗଳା କାଟି ହତ୍ୟା

 

ଜମନକିରା / କୁଚିଣ୍ଡା :-

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଂଚଳରେ ଘଟିଛି ଲୋମ ହର୍ଷଣ ଘଟଣା। ଜଣେ ୮ ବର୍ଷୀୟା ନିଷ୍ପାପ ଶିଶୁକନ୍ୟା ର ହତ୍ୟା ଓ ଯୁବକ ଗ୍ରାମବାସୀ ଙ୍କ ଦ୍ଵାରା ଅଟକ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ, ଜଣେ ଯୁବକ ଆଜି ସକାଳେ ଅତର୍କିତ ଭାବେ ଜଣେ ୮ ବର୍ଷୀୟା ନିଷ୍ପାପ ଶିଶୁକନ୍ୟା କୁ ଗଳା କାଟି ହତ୍ୟା କରିଛି। ତେବେ କେଉଁ କାରଣରୁ ସେ ଏଭଳି କାଣ୍ଡ କରିଛି ତାହା ଏ ଯାଏଁ ଜଣା ପଡିନାହିଁ। ତେବେ ହତ୍ୟା ପରେ ଯୁବକ ଜଣକ ଫେରାର ହେବା ଚେଷ୍ଟା କରିଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲା। ଗ୍ରାମବାସୀ ଙ୍କ ଦ୍ଵାରା ଉତ୍ତମ ମଧ୍ୟମ ପାଇବା ପରେ ଜମନକିରା ପୋଲିସ ଏ ସମ୍ପର୍କରେ ଖବର ପାଇ ହତ୍ୟାକାରୀ ଯୁବକକୁ ଗିରଫ କରିଥିବା ବେଳେ ଶିଶୁକନ୍ୟା ର ମୃତ ଶରୀର କୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.